40.1 C
Bhubaneswar
Saturday, April 27, 2024
Homeଅପରାଧଅବକାରୀ କର୍ମଚାରୀଙ୍କୁ ନୁର୍ଦ୍ଧୁମ୍‌ ପିଟିଲେ ନିଶା ମାଫିଆ

ଅବକାରୀ କର୍ମଚାରୀଙ୍କୁ ନୁର୍ଦ୍ଧୁମ୍‌ ପିଟିଲେ ନିଶା ମାଫିଆ

କଟକ: ଦେଶୀ ଭାଟିରେ ଚଢ଼ଉ ପାଇଁ ଯାଇଥିଲେ ଅବକାରୀ ବିଭାଗ। ହେଲେ ନିଶା ମାଫିଆଙ୍କ ଆକ୍ରମଣରେ ଶିକାର ହେଲେ। ଭାଟିରେ ଚଢ଼ଉ ବେଳେ ଅବକାରୀ କର୍ମଚାରୀଙ୍କୁ ନୁର୍ଦ୍ଧୁମ୍‌ ପିଟିଲେ ନିଶା ମାଫିଆ। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରୁ। ପୁଲିସ୍‌ ଗାଁରେ ପହଞ୍ଚି ନିଶା ମାଫିଆଙ୍କ କବଳରୁ ଅବକାରୀ ବିଭାଗ କର୍ମଚାରୀଙ୍କୁ ଉଦ୍ଧାର କରିଛି।

ଖୁଣ୍ଟୁଣୀ ଥାନା ଡାଳୁଆ ଗାଁରେ ଦୀର୍ଘ ଦିନ ଧରି ଦେଶୀ ମଦ କାରବାର ହେଉଥିଲା। କୌଣସି ସୂତ୍ରରୁ ଖବର ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କ ନେତୃତ୍ୱର ଏକ ଟିମ୍‌ ଉକ୍ତ ଗାଁରେ ପହଞ୍ଚି ମଦ ଭାଟି ଉପରେ ଚଢ଼ଉ କରିଥିଲେ। ଏପରିକି ମଦ ମାଫିଆଙ୍କୁ ଗିରଫ କରିଥିଲେ। ଠିକ୍‌ ସେହି ସମୟରେ ତାତି ଯାଇଥିଲେ ନିଶା ମାଫିଆଙ୍କ ପରିବାର ଲୋକ। ଅବକାରୀ ବିଭାଗର ଗାଡି ଭାଙ୍ଗାରୁଜା କରିଥିଲେ। ଅବକାରୀ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ନିଶା ମାଫିଆଙ୍କୁ ଛଡ଼ା ନେବାକୁ ଉଦ୍ୟମ କରିଥିଲେ। ଦୀର୍ଘ ସମୟଧରି ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କୁ ଅଟକ ରଖିଥିଲେ। ଖବର ପାଇ ଖୁଣ୍ଟୁଣୀ ଥାନା ପୁଲିସ୍‌ ଗାଁରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ଅବକାରୀ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା ପୁଲିସ୍‌। ଅବକାରୀ ବିଭାଗ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛି। ମାରପିଟ୍‌ ଓ ଗାଡ଼ି ଭଙ୍ଗାରୁଜା ନେଇ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking