30.1 C
Bhubaneswar
Friday, April 26, 2024
Homeଓଡିଶା୨୦ ଖଣିର ନିଲାମ ବାତିଲ

୨୦ ଖଣିର ନିଲାମ ବାତିଲ

ଭୁବନେଶ୍ଵର: ୨୦ ଖଣିର ନିଲାମ ବାତିଲ ହୋଇଛି। ଗତ ଅକ୍ଟୋବର ମାସରେ ୩ଟି ପର‌୍ୟ୍ୟାୟରେ ରାଜ୍ୟ ସରକାର ଡାକିଥିବା ଖଣି ନିଲାମ ଟେଣ୍ଡରକୁ ବାତିଲ କରିଛନ୍ତି। ଏଣିକି ସବୁ ଖଣିର ସାନି ନିଲାମ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ନୂଆ ଖଣି ନିଲାମ ପ୍ରକ୍ରିୟାରେ ଆଉ କିଛି ସର୍ତ୍ତାବଳୀ ଯୋଡାଯିବ ବୋଲି ସରକାର ସୂଚନା ଦେଇଛନ୍ତି।
ଗତ ଅକ୍ଟୋବର ୪ରୁ ସରକାର ଖଣି ନିଲାମ ପ୍ରକ୍ରିୟା ଆରମ୍ଭ କରିଥିଲେ। ଅକ୍ଟୋବର ୪, ୧୪ ଓ ୧୮ରେ ୪୦ଟି ଖଣିରେ ନବୀକରଣ ଲାଗି ଟେଣ୍ଡର ହୋଇଥିଲା। ତେବେ ଏହି ନିଲାମ ପ୍ରକ୍ରିୟାରେ କିଛି ସାଙ୍ଘାତିକ ତ୍ରୁଟି ଥିବା ଅଭିଯୋଗ ହୋଇଛି। ତେଣୁ ସରକାର ଏହାକୁ ଗୁରୁତର ସହ ଗ୍ରହଣ କରିବା ସହିତ ଗତ ୩୦ ତାରିଖରେ ବୈଷୟିକ ମୂଲ୍ୟାୟନ କମିଟି ଓ ଉଚ୍ଚ ସ୍ତରୀୟ କମିଟି ବୈଠକ ଡାକି ଅଭିଯୋଗର ସମୀକ୍ଷା କରିଥିଲେ। ଏଥିରେ ୩ଟି ଯାକ ନିଲାମ ପ୍ରକ୍ରିୟା ବାତିଲ କରିବା ପାଇଁ ସରକାରଙ୍କୁ ସୁପାରିଶ କରାଯାଇଥିଲା। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଅକ୍ଟୋବର ୪ ଓ ୧୪ ତାରିଖରେ ନିଲାମ ଡକାଯାଇଥିବା ୨୦ ଖଣିର ସାନି ନିଲାମ ପାଇଁ ଆସନ୍ତା ୬ ତାରିଖରେ ବିଜ୍ଞପ୍ତି ଜାରି ହେବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking