40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୨ ଟ୍ରକ ମୁହାଁମୁହିଁ ଧକ୍କା : ଜିଅନ୍ତା ଜଳିଗଲେ ୨ ଜଣ ଟ୍ରକ ଚାଳକ

୨ ଟ୍ରକ ମୁହାଁମୁହିଁ ଧକ୍କା : ଜିଅନ୍ତା ଜଳିଗଲେ ୨ ଜଣ ଟ୍ରକ ଚାଳକ

ଉତ୍ତର ପ୍ରଦେଶ : ବୁଧବାର ରାତିରେ ଉତ୍ତର ପ୍ରଦେଶର ଏକ ଅଞ୍ଚଳରେ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଧକ୍କା ପରେ ଉଭୟ ଟ୍ରକରେ ନିଆଁ ଲାଗିଯାଇଥିଲା । ଏହି ନିଆଁ ଧୀରେ ଧୀରେ ଭୟଙ୍କର ଅଗ୍ନିକାଣ୍ଡରେ ପରିଣତ ହୋଇଯାଇଥିଲା । ଏହି ନିଆଁର ରୂପ ଏତେ ଭୟଙ୍କର ଥିଲା ଯେ, ସ୍ଥାନୀୟ ଲୋକ ଆତଙ୍କିତ ହୋଇଯାଇଥିଲେ । ସ୍ଥାନୀୟ ଲୋକ , ତୁରନ୍ତ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଏହି ଦୁର୍ଘଟଣାରେ ୨ ଜଣ ଟ୍ରକ ଚାଳକଙ୍କର ମୃତ୍ୟୁ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ମୃତକ ଦୁଇ ଜଣଙ୍କ ପରିଚୟ ମିଳିଛି ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking