27.1 C
Bhubaneswar
Wednesday, May 8, 2024
Homeଓଡିଶାରେଭେନ୍ସା ବିଶ୍ୱବିଦ୍ୟାଳୟରେ ୨ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ କରୋନା ପଜିଟିଭ୍‌

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୨ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ କରୋନା ପଜିଟିଭ୍‌

କଟକ: କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୨ ଜଣ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ସଂକ୍ରମଣ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ବାହାର ଲୋକ ରେଭେନ୍ସା କ୍ୟାମ୍ପସ୍‌ ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଥିବା ବେଳେ ବାକି ଥିବା ପରୀକ୍ଷାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥଗିତ ରଖିଛନ୍ତି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବିଦ୍ୟାର୍ଥୀ ଜଣକ ହଷ୍ଟେଲ୍‌ରେ ରହୁଥିଲେ ବୋଲି ଜଣାପଡ଼ିଛି। ଫଳରେ ସମସ୍ତ ହଷ୍ଟେଲ୍‌ ଗୁଡ଼ିକୁ ସାନିଟାଇଜ କରାଯାଇଛି। ଏହାସହ ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କୁ ଆଇସୋଲେସନ୍‌ରେ ରଖା ଯାଇଛି। ଆସନ୍ତା ୧୪ ଦିନ ପାଇଁ ରେଭେନ୍ସାରେ ଅଫ୍‌ଲାଇନ୍‌ ପାଠ ପଢା ବନ୍ଦ ରହିବ ବୋଲି ରେଭେନ୍ସା କୁଳପତି ଦାୟିତ୍ୱରେ ଥିବା ଅପରାଜିତା ଚୌଧୁରୀ କହିଛନ୍ତି । କିନ୍ତୁ ଅନ୍‌ଲାଇନ୍‌ରେ ଯେଉଁ ଭଳି ଭାବରେ ପାଠପଢ଼ା ଚାଲୁଥିଲା ତାହା ଚାଲିବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking