31.1 C
Bhubaneswar
Sunday, May 19, 2024
Homeଓଡିଶାବ୍ୟାସ ସରୋବରବ୍ୟାସଙ୍କ ପୀଠ ବିକାଶ ପରିଦର୍ଶନରେ ରହିଯାଇଛି

ବ୍ୟାସ ସରୋବରବ୍ୟାସଙ୍କ ପୀଠ ବିକାଶ ପରିଦର୍ଶନରେ ରହିଯାଇଛି

ଯାଜପୁର: ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ଭଗବାନ ବ୍ୟାସ ଦେବଙ୍କ ପୀଠ ଏହି ପୀଠ ସମ୍ପର୍କରେ ବହୁ କିମ୍ବଦନ୍ତୀ ରହିଛି l ମହାପୁରୁଷ ରଘୁଜୀ ଗୋସାଇଁ ଏଠାରେ ଜୀବନ୍ତ ସମାଧି ନେଇଥିଲେ l ଏହି ପୀଠ ଗୁପ୍ତ ଗଙ୍ଗା ବ୍ୟାସ ଦେବଙ୍କ ମୂର୍ତ୍ତି, ବଉଳ ଗଛ ମୁଖ୍ୟ ଆକର୍ଷଣ l ଆମ୍ବ ତୋଟା ଛୋଟ, ଛୋଟ ଝରଣା, ଘଞ୍ଚ ଜଙ୍ଗଲ ଏହି ତପୋବନ ସୌନ୍ଦର୍ଯ୍ୟକୁ ବୁଦ୍ଧି କରୁଥିଲା ଏବେ ତାହା ନାହିଁ କେବଳ ମୁକ ସାକ୍ଷୀ ପରି ରହିଛି l ଘଞ୍ଚ ଜଙ୍ଗଲ ନାହିଁ କେବଳ ଆମ୍ବ ତୋଟା ରହିଛି ଏହି ପୀଠକୁ ସବୁଜିମା କରିବା ପାଇଁ ନୂତନ ଜଙ୍ଗଲ ସୃଷ୍ଟି କରାଯାଇଛି ବନାନୀ କାରଣ ନାମରେ ହଜାର ହଜାର ଟଙ୍କା ହରିଲୁଟ କରାଯାଇଛି l ରକ୍ଷlଣା ବେକ୍ଷଣକରା ଯାଉନାହଁ l ଝରଣା ଗୁଡିକ ଲୋପ ପାଇ ଯାଉଛି l ଏହି ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇଛି l  ଏହି ପୀଠର ବିକାଶ ପାଇଁ ମାଷ୍ଟର ପ୍ଲାନ କାଗଜ କଲମରେ ସୀମିତ ରହିଛି l ପର୍ଯ୍ୟଟନ ମନ୍ତ୍ରୀ ସଚିବ ଜିଲ୍ଲା ପ୍ରଶାସନ ପରିଦର୍ଶନରେ ଆସୁଛନ୍ତି l  କିନ୍ତୁ ଆଖିଦୁସିଆ ବିକାଶ ହେଉନାହିଁ l  ଉଦ୍ୟାନ ପର୍ଯ୍ୟଟକ ମାନଂକୁ ଅକୁଷ୍ଠ କରିବା ପାଇଁ ହରିଣ ପାର୍କ, ନୌବିହାର ପାଇଁ ବଡ଼ ପୋଖରୀ ଖନନ, ସବୁଜିମା କରଣ, ଗୁପ୍ତ ଗଙ୍ଗାର ପୁନ ଉଧାର ପ୍ରୂଭୂତି ବିକାଶ କରାଯିବ ବୋଲି ମନ୍ତ୍ରୀ, ବିଧାୟକ ଓ ପ୍ରଶାସକ ବ୍ୟାସ ସରୋବର ମହୋତ୍ସବ ରେ ଅଥିଥି ହୋଇ ଆସି ବଡ଼ ବଡ଼ ଭାଷଣ ଦେଉଛନ୍ତି ବିକାଶ ପାଇଁ ଅର୍ଥ ର ଅଭାବ ରହିବ ନାହିଁ କିନ୍ତୁ ତାହା ବାସ୍ତବ ରେ କେବେ ସଫଳ ଉପାୟନ ହେବ ତାହା ପ୍ରଶ୍ନ ବାଚୀ ସୃଷ୍ଟିହେଉଛି ଏହି ପୀଠ ମୁଖ୍ୟ ଆକର୍ଷଣ ଗୁପ୍ତ ଗଙ୍ଗା ପୋତି ହୋଇଗଲାଣି ପବିତ୍ର ଜଳ ସୁଖୀ ଯାଇଛି l

ଏହି ଜଳ ଗଙ୍ଗା ଜଳ ସହ ସମାନ କିମ୍ବଦନ୍ତୀ କୁହେ ଗୁପ୍ତ ଗଙ୍ଗା ରେ ସୁଡ଼ଙ୍ଗ ଗଙ୍ଗା ନଦୀ କୁ ସଂଯୋଗ କରିଥିବାରୁ ଗଙ୍ଗା ଜଳ ଏହି କୁଣ୍ଡରେ ମିଳିଥାଏ ତେଣୁ ଗୁପ୍ତ ଗଙ୍ଗା ବୋଲି କୁହାଯାଏ l ଏବେ ପୋତି ହୋଇଯାଇଥିବାରୁ ପାଣି ବଦଳରେ ପଙ୍କ ଭର୍ତି ହୋଇରହିଛି l  ଖନନ କଲେ ସୁଡ଼ଙ୍ଗ ଲୋକଲୋଚନକୁ ଆସି ପାରନ୍ତା l କିମ୍ବଦନ୍ତିର ସତ୍ୟାସତ୍ୟ ଜଣାପରନ୍ତ l ରକ୍ଷlଣା ବେକ୍ଷଣ ଓ ଖନନ କାର୍ଯ୍ୟ କରାଯାଉ ନାହିଁ l  ଫୋଟୋରେ ଗୁପ୍ତ ଗଙ୍ଗା ସ୍ଥିତ କିପରି ଅଛି ପରଖି ପାରିବେ ବ୍ୟାସନଗର ପୌରାଞ୍ଚଳର l  ପ୍ରସିଦ୍ଧ ପୀଠ ବ୍ୟାସସରୋବର ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି। ଏହି ଦର୍ଶନୀୟ ସ୍ଥାନରେ ଅବସ୍ଥିତ ଥିବା ଗୁପ୍ତଗଙ୍ଗା ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଛି। ନିକଟରେ ଏଠାକୁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ତଦାରଖ କରିବାକୁ ଆସିଥିଲେ। ଏହା ଅଵହେଳିତ ଅବସ୍ଥାରେ ଏହି ଗୁପ୍ତଗଙ୍ଗାରେ ବହୁ ମାତ୍ରାରେ ଅଳିଆ ଆବର୍ଜନା ପଡ଼ି ଗୁପ୍ତଗଙ୍ଗାଟି ପୋତି ହେବାକୁ ବସିଲାଣି । ଏହା ଉପରେ ପ୍ରଶାସନର କୌଣସି ଦୃଷ୍ଟି ମଧ୍ୟ ପଡୁନାହିଁ । ଏହାକୁ ସଫା କରିବା ପାଇଁ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ସତ୍ତ୍ୱେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଏହାକୁ ଦେଖି ଯାଜପୁର ଜିଲ୍ଲା ବିଜୁ ଛାତ୍ର ଜନତାଦଳର ସମ୍ପାଦକ ସୌମ୍ୟ ରଞ୍ଜନ ଖୁଣ୍ଟିଆ ନିଜେ ଅଣ୍ଟା ଭିଡ଼ିଛନ୍ତି । ସ୍ଥାନୀୟ ଶିବାନନ୍ଦ କ୍ଲବର କିଛି ସଦସ୍ୟଙ୍କ ସହ ମିଶି ସେ ଆଜି ଗୁପ୍ତଗଙ୍ଗାକୁ ସଫା କରିଥିଲେ। ଆଗାମୀ ଦିନରେ ବ୍ୟାସସରୋବର ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ସୌମ୍ୟ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking