33.1 C
Bhubaneswar
Friday, April 26, 2024
Homeଓଡିଶାଜଣକୁ ବଞ୍ଚାଇବାକୁ ଯାଇ  ଆଉ ଜଣଙ୍କର ମୃତ୍ୟୁ

ଜଣକୁ ବଞ୍ଚାଇବାକୁ ଯାଇ  ଆଉ ଜଣଙ୍କର ମୃତ୍ୟୁ

କୋରାପୁଟ : ଜଣକୁ ବଞ୍ଚାଇବାକୁ ଯାଇ  ଆଉ ଜଣଙ୍କର ହେଲା କାଳ |  ଏଭଳି  ଏକ ଅଭାବନୀୟ  ଘଟଣା ଘଟିଛି  କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ନୁଆଁ ଗଁ।  ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାଲିଗାବଡ଼ର ଗାଁରେ ।  ନିର୍ମାଣଧୀନ କୂଅ ରେ ପଡି ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।  ସୂଚନାଯୋଗ୍ୟକି  ରବିବାର ଦିନ ଅପରାହ୍ନ ୫ ଟା ସମୟରେ  ନାବାଳକ  ପ୍ରିନ୍ସ ପାଙ୍ଗି ବୟସ୧୦ବର୍ଷ  ପିତା କାଙ୍ଗୁ ପାଙ୍ଗି   , ସାଙ୍ଗ ସାଥି ମାନଙ୍କ ସହ ଖେଳୁଥିବା   ସମୟରେ  ନିର୍ମାଣାଧୀନ କୂଅ ଭିତରକୁ  ପଡିଯାଇଥିଲା  , ଏହା ଦେଖି ଗୋରୁ ଚରାଇବାକୁ ଯାଇଥିବା  ଗ୍ରାମର କଏଂରା ପାଙ୍ଗି ବୟସ ୫୦   ତାକୁ ଉଦ୍ଧାର କରିବା ନିମନ୍ତେ ଯିବା ସମୟରେ ମାଟି ଅତଡା ଖସି  କୂଅରେ ପଡି ଯାଇଥିଲେ ।  ସସୂଚନା ଅନୁଯାୟୀ ଗ୍ରାମରେ ଜଣେ ବ୍ୟକ୍ତି ସେହି ଦିନ ପାଣି ସଞ୍ଚିବା ନିମନ୍ତେ  ଏକ ୧୦ ଫୁଟ ବିଶିଷ୍ଟ କୂଅ ଖୋଳିଥିଲେ । ସେହି କୂଅରେ ପାଣି ଭର୍ତ୍ତି ରହିଥିଲା  ଏବଂ ମାଟି ଅତଡା ଖସିବା ଫଳରେ ଉଭୟ କୂଅ ଭିତରୁ ବାହାରି ପାରିନଥିଲେ  ।  ବାହାରି ନ ପାରିବା ଫଳରେ  ୨ ଜଣଙ୍କର ମୃତ୍ୟୁ ଘଟିଥିବା  ଜଣାପଡିଛି । ତେବେ ଘଟଣାକୁ ନେଇ ସୋମବାର ନାବାଳକର ଦାଦା ରଞ୍ଜନ କୁମାର ପାଙ୍ଗି ପଟାଙ୍ଗି ଥାନାରେ ଲିଖିତ  ଆକାରରେ ଜଣାଇବା ପରେ ଥାନା ଏଏସଆଇ ଅନିମେଶ ମାଳି ଓ କନେଷ୍ଟବଳ ଗୋବର୍ଦ୍ଧନ ମୁଦୁଲି ଘଟଣା ସ୍ଥଳରେ ପହଞ୍ଚି  ୨ଟି  ମୃତ ଶରୀରକୁ  ଉଦ୍ଧାର କରିବା ସହ ସବ ବ୍ୟବଚ୍ଛେଦ କରି   ମୃତ୍ୟ  ଶରୀରକୁ ପରିବାର ବର୍ଗଙ୍କୁ  ହସ୍ତାନ୍ତର କରିଥିଲେ  । ଘଟଣାରେ ପଟ୍ଟାଙ୍ଗି  ପୋଲିସ   ଏକ  ଅପମୃତ୍ୟୁ ମାମଲା ରୁଜୁ କରିବା ସହ  ଘଟଣାର ତଦନ୍ତ କରୁଥିବା  ଚଳାଇଥିବା ଜଣାପଡିଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking