34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶନାସା ଠାବକଲା ଲ୍ୟାଣ୍ଡର ବିକ୍ରମ

ନାସା ଠାବକଲା ଲ୍ୟାଣ୍ଡର ବିକ୍ରମ

ନୂଆଦିଲ୍ଲୀ : ଗତ ସେପ୍ଟେମ୍ବର ମାସରେ ଚନ୍ଦ୍ରଯାନ-୨ ଲ୍ୟାଣ୍ଡର ବିକ୍ରମକୁ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ଖୋଜି ବାହାର କରିବାରେ ସକ୍ଷମ ହୋଇଛି ।
ନାସା ଆଜି ସକାଳେ ଲୁନାର ରିକନ୍ସେନ୍ସ ଅର୍ବିଟରରୁ ଏକ ଫଟୋ ଉତ୍ତୋଳନ କରିଛି। ଯେଉଁ ଫଟୋରେ ଲ୍ୟାଣ୍ଡର ବିକ୍ରମ ପ୍ରଭାବିତ ସ୍ଥାନ ଦେଖାଯାଉଛି। ବିକ୍ରମର ଫଟୋ ଉତ୍ତୋଳନ ପରେ ନାସା ସୂଚନା ଦେଇଛି।
ନାସା ଦ୍ଵାରା ଉତ୍ତୋଳନ କରାଯାଇଥିବା ଫଟୋରେ ନୀଳ ଏବଂ ହଳଦିଆ ବିନ୍ଦୁ ସାହାଯ୍ୟରେ ବିକ୍ରମ ଲ୍ୟାଣ୍ଡର ପଡିଥିବା ସ୍ଥାନ ଦେଖାଯାଇଛି। ଏନେଇ ନାସା କହିଛି ଯେ, ସେପ୍ଟେମ୍ଵର ୨୬ରେ କ୍ରାସ୍ ସାଇଟର ଏକ ଫଟୋ ଜାରି କରାଯାଇ ଲୋକମାନଙ୍କୁ ସଙ୍କେତ ମାଧ୍ୟମରେ ବିକ୍ରମ ପଡିଥିବା ସ୍ଥାନକୁ ଖୋଜିବା ପାଇଁ ଆହ୍ଵାନ କରାଯାଇଥିଲା। ଏହାପରେ ସୁଭ୍ରମଣ୍ୟମ ନାମକ ଜଣେ ବ୍ୟକ୍ତି ଲ୍ୟାଣ୍ଡର ପଡିଥିବା ସ୍ଥାନକୁ ଚିହ୍ନଟ କରିଥିଲେ ଓ ଏଲଆରଓ ସହ ସମ୍ପର୍କ କରିଥିଲେ।
ଏହାପରେ ଏଲଆରଓର ଟିମ୍ ଲ୍ୟାଣ୍ଡର ପଡିଥିବା ସାଇଟକୁ ଚିହ୍ନଟ କରିବା ପାଇଁ ସଫଳ ହୋଇଥିଲା। ଶନମୁଗା କ୍ରାସ୍ ସାଇଟର ଉତ୍ତର ପଶ୍ଚିମରେ ପାଖାପାଖି ୭୫୦ ମିଟର ଦୂରରୁ ଚିହ୍ନଟ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking