29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଗଞ୍ଜାମରେ ପୁଣି ୨ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ

ଗଞ୍ଜାମରେ ପୁଣି ୨ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ

ଗଞ୍ଜାମ : ଆଜି ଗଞ୍ଜାମରୁ ଚିହ୍ନଟ ହୋଇଥିବା ୩୨ଜଣଙ୍କ ମଧ୍ୟରୁ ଦୁଇଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତ। ସେଥିମଧ୍ୟରୁ ଭଞ୍ଜନଗର ଅଂଚଳରୁ ଜଣେ ଓ ଅନ୍ୟ ଜଣେ ଆସକା ଅଞ୍ଚଳର ବୋଲି ଜଣାପଡ଼ିଛି। ସେହିପରି ଚିହ୍ନଟ ହୋଇଥିବା ୭ଜଣଙ୍କ ମଧ୍ୟରୁ ୪ଜଣ ସୁରାଟା ଫେରନ୍ତା, ଜଣେ ତାମିଲନାଡୁ ଫେରନ୍ତା, ଜଣେ ମହାରାଷ୍ଟ୍ର ଫେରନ୍ତା ଓ ଜଣେ କୋଲ୍ଲାପୁର ଫେରନ୍ତା ବୋଲି ଜଣାପଡ଼ିଛି। ଜଣେ ବେଲାଗୁଣ୍ଟା ଅଞ୍ଚଳରୁ, ଦୁଇଜଣ ବୁଗୁଡା ଅଞ୍ଚଳରୁ, ଦୁଇଜଣ କେ.ଏସ୍ ନଗର ଅଞ୍ଚଳରୁ, ଜଣେ ଖଳିକୋଟ ଓ ଜଣେ ପୋଲୋସୋରା ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।
ସକ୍ରିୟ ଥିବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୩ଜଣଙ୍କ ମଧ୍ୟରୁ ୩ଜଣ ଏଏସ୍‌କେଏ ଅଞ୍ଚଳର, ଜଣେ ବେଗୁନିଆପଡ଼ା ଅଞ୍ଚଳର, ଦୁଇଜଣ ବେଲାଗୁଣ୍ଟା ଅଞ୍ଚଳର, ଦୁଇଜଣ ବ୍ରହ୍ମପୁର ମୁନିସିପାଲଟି ଅଞ୍ଚଳର ଓ ଜଣେ ଦାରାକୋଟେ ଅଞ୍ଚଳର, ଚାରିଜଣ ଜେଏନ୍ ପ୍ରସାଦ ଅଞ୍ଚଳର, ଦୁଇଜଣ କେଏସ୍ ନଗର ଅଞ୍ଚଳର, ଦୁଇଜଣ ଖଲିକୋଟର, ୫ଜଣ କୁକୁଦାଖାଣ୍ଡି ଓ ଜଣେ ଶଙ୍ଖିଆମୁଣ୍ଡି ଅଞ୍ଚଳର ବୋଲି ଜଣାପଡ଼ିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୯୨୫ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୭୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୪୮ଜଣ କରୋନାରେ ସଂକ୍ରମିତ ଥିବା ପ୍ରକାଶ ପାଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking