28.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟରେ କମିଲା ସଂକ୍ରମଣ ସଂଖ୍ୟା, ୩୦ ଜିଲ୍ଲାରୁ ୧୯୮୨ ପଜିଟିଭ ଚିହ୍ନଟ

ରାଜ୍ୟରେ କମିଲା ସଂକ୍ରମଣ ସଂଖ୍ୟା, ୩୦ ଜିଲ୍ଲାରୁ ୧୯୮୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୯୮୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୫୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୮୨୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୦,୩୪୬ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଗତକାଲି ୩୦ ଜିଲ୍ଲାରୁ ୨୦୧୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୬୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୮୫୧ ଜଣ ଚିହ୍ନଟ ହୋଇଥିଲେ । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୮,୩୬୪କୁ ବୃଦ୍ଧି ପାଇଥିଲା। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

୧୯୮୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୩୦୦ ଜଣ ଥିବାବେଳେ କଟକରୁ ୧୪୫, ଅନୁଗୁଳରୁ ୧୧୯, ବାଲେଶ୍ୱରରୁ ୮୬, ବରଗଡ଼ରୁ ୪୬, ଭଦ୍ରକରୁ ୬୩, ବଲାଙ୍ଗିରରୁ ୮୮, ବୌଦ୍ଧରୁ ୧୧, ଦେବଗଡ଼ରୁ ୧୪, ଢେଙ୍କାନାଳରୁ ୫୫, ଗଜପତିରୁ ୧୦, ଗଞ୍ଜାମରୁ ୨୪, ଜଗତସିଂହପୁରରୁ ୫୫, ଯାଜପୁରରୁ ୮୬, ଝାରସୁଗୁଡ଼ାରୁ ୫୦, କଳାହାଣ୍ଡିରୁ ୪୩, କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୬୫, କେନ୍ଦୁଝରରୁ ୫୯, କୋରାପୁଟରୁ ୪୨, ମାଲକାନଗିରିରୁ ୪୧, ମୟୂରଭଞ୍ଜରୁ ୧୦୭, ନବରଙ୍ଗପୁରରୁ ୫୨, ନୟାଗଡ଼ରୁ ୩୩, ନୂଆପଡ଼ାରୁ ୩୭, ପୁରୀରୁ ୭୨, ରାୟଗଡ଼ାରୁ ୧୦, ସମ୍ବଲପୁରରୁ ୩୮, ସୋନପୁରରୁ ୪୫, ସୁନ୍ଦରଗଡ଼ରୁ ୯୮ ଏବଂ ଷ୍ଟେଟ୍ ଫୁଲ୍ରୁ ୬୫ ଜଣ ଅଛନ୍ତି ।

ରାଜ୍ୟରେ ଏ ପର୍ଯ୍ୟନ୍ତ ୪୦, ୮୨, ୦୬୩ କରୋନା ନମୁନା ପରୀକ୍ଷଣ ହୋଇଛି । ସୋମବାର ସକାଳ ସୁଦ୍ଧା ୨ ଲକ୍ଷ ୭୦ ହଜାର ୩୪୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨,୪୬, ୮୩୭ ଜଣ ସୁସ୍ଥ ହୋଇଛନ୍ତି । ୨୨, ୩୦୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୧୧୫୨ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking