28.1 C
Bhubaneswar
Saturday, April 27, 2024
HomeUncategorizedସିଏମସିରୁ ଆଜି ୧୬ଟି ପଜିଟିଭ କେସ୍ ଚିହ୍ନଟ : ମୋଟ ସଂଖ୍ୟା ୨୨୯କୁ ବୃଦ୍ଧି

ସିଏମସିରୁ ଆଜି ୧୬ଟି ପଜିଟିଭ କେସ୍ ଚିହ୍ନଟ : ମୋଟ ସଂଖ୍ୟା ୨୨୯କୁ ବୃଦ୍ଧି

କଟକ : ଆଜି କଟକ ଜିଲ୍ଲାରୁ ୫୫ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୬ଟି କେସ୍ ସ୍ଥାନୀୟ ସିଏମସି ଅଞ୍ଚଳର ବୋଲି ଜଣାପଡ଼ିଛି । ଆଜି ସୁଦ୍ଧା କଟକ ସହରରେ ମୋଟ ୨୨୯ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୩୨ ଜଣ ସୁସ୍ଥ ହୋଇଛନ୍ତି । ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୯୫ ଜଣ ଏବେ ଚିକିତ୍ସିତ ଅଛନ୍ତି ।
ଆଜି ଚିହ୍ନଟ ହୋଇଥିବା ୧୬ ଜଣଙ୍କ ମଧ୍ୟରୁ ୧୩ଜଣ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରୁ , ୨ଜଣ ସ୍ଥାନୀୟ ମାମଲା ଓ ଅନ୍ୟ ଜଣେ ପେଡ଼ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨ଟି ସ୍ଥାନୀୟ କେସ୍ ମଧ୍ୟରୁ ଜଣେ ୩୦ ବର୍ଷୀୟ କରୋନା ଯୋଦ୍ଧା ବଢେଇସାହି , ମଙ୍ଗଳବାଗ ଅଞ୍ଚଳର ବୋଲି ଜଣାପଡ଼ିଛି । ଅନ୍ୟ ଜଣେ ୪୮ ବର୍ଷୀୟ ପୁରୁଷ ସିଡିଏ ସେକ୍ଟର୧୧ ର ଏବଂ ସେ ଓଡ଼ିଶା ପୋଲିସ୍‌ରେ କାର୍ଯ୍ୟରତ କରୋନା ଯୋଦ୍ଧା ବୋଲି ଜଣାପଡ଼ିଛି ।

୩୭ ବର୍ଷୀୟ ପୁରୁଷ ଦୁବାଇର ଫେରି ପେଡ଼୍ କ୍ୱାରେଣ୍ଟାଇନରେ ଥିଲେ । ୧୩ ସରକାରୀ କ୍ୱାରେଣ୍ଟାଇନରୁ ଏମସ୍ ଆଇସୋଲେସନ ୱାର୍ଡ଼ରୁ ଜଣେ ୧୩ ବର୍ଷୀୟ ପୁରୁଷ , ସମ୍ ହସ୍ପିଟାଲ ଆଇସୋଲେସନ ୱାର୍ଡ଼ରୁ ଜଣେ ୫୮ ବର୍ଷୀୟ ମହିଳା , ଓ ଅନ୍ୟ ଜଣେ ୩୫ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ସେହିପରି ଏସସିବି ଆଇସୋଲେସନ ୱାର୍ଡ଼ରୁ ଦୁଇ ଜଣ ମହିଳା ୨୬ ବର୍ଷ ଓ ୨୫ ବର୍ଷୀୟ କରୋନା ଯୋଦ୍ଧା ଓ ଜଣେ ୩୪ ବର୍ଷୀୟ ପୁରୁଷ କରୋନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି ।
ଏଥିସହ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଦୁଇ ଜଣ ମହିଳା ଚିହ୍ନଟ ହୋଇଛନ୍ତି । ସେମାନଙ୍କର ବୟସ ଯଥାକ୍ରମେ ୫୨ ଓ ୨୬ ବୋଲି ଜଣାପଡ଼ିଛି । ଆଉ ଦୁଇ ଜଣ ୫୦ ଓ ୨୩ ବର୍ଷୀୟ ପୁରୁଷ ମଧ୍ୟ ଚିହ୍ନଟ ହୋଇଛନ୍ତି ।
ଅନ୍ୟ ୩ ଜଣଙ୍କ ମଧ୍ୟରୁ ୩୩ ଓ ୨୬ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୨୭ ବର୍ଷୀୟ ମହିଳା କଟକ ସଦର ଅଞ୍ଚଳର ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking