28.1 C
Bhubaneswar
Saturday, April 27, 2024
Homeଓଡିଶାଟିକା ନେଲେଣି ୧୫୩୯ ଗର୍ଭବତୀ, ଆଜି ୬୬ ଅଧିବେଶନରେ ଟିକାକରଣ

ଟିକା ନେଲେଣି ୧୫୩୯ ଗର୍ଭବତୀ, ଆଜି ୬୬ ଅଧିବେଶନରେ ଟିକାକରଣ

ଭୁବନେଶ୍ବର : ରାଜ୍ୟ‌ରେ ଗର୍ଭବତୀଙ୍କ ଟିକାକରଣ ସଂଖା ବଢ଼ିବାରେ ଲାଗିଛି। ଗତ ୨ଦିନରେ ଏହି ସଂଖ୍ୟା ୧୫୩୯କୁ ବୃଦ୍ଧି ପାଇଛି। ଅପରପକ୍ଷ‌ରେ ଆଜି ୬୬ ଅଧିବେଶରେ ଟିକାକରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ୫୭, ସୁନ୍ଦରଗଡ଼ ୪, ରାୟଗଡ଼ା ୩ ଓ ଗଞ୍ଜାମର ୨ଟି ଅଧିବେଶନ ଅନୁଷ୍ଠିତ ହେବ। ଆଜି ରାଜ୍ୟରେ ସମୁଦାୟ ୫୯୩ ଟିକାକରଣ ଅଧିବେଶନରେ ୧ଲକ୍ଷ ୧୨ହଜାର ୩୩୦ଜଣଙ୍କୁ କରୋନା ଟିକା ଦିଆଯାଇଛି। ଏଥିରେ ୧୮-୪୪ବର୍ଗର ୨୮,୩୭୩ ପ୍ରଥମ, ୧୪,୮୫୫ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୧୦,୪୧୭ଜଣ ପ୍ରଥମ ଓ ୫୭,୪୮୦ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧କୋଟି ୪୦ଲକ୍ଷ ୪୩ହଜାର ୭୦୮ ଡୋଜ୍ ଟିକା ଦିଆଗଲାଣି। ଏଥିରେ ୧୮-୪୪ବର୍ଗର ୨୦ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୫୪ ପ୍ରତିଶତ ପ୍ରଥମ ଡୋଜ୍ ନେଇ ସାରିଲେଣି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking