28.9 C
Bhubaneswar
Sunday, May 5, 2024
Homeଦେଶ ବିଦେଶମହାରାଷ୍ଟ୍ରରେ ବର୍ଷା ବିତ୍ପାତ : ୧୨୯ ମୃତ

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ : ୧୨୯ ମୃତ

ମୁମ୍ବାଇ : ମହାରାଷ୍ଟ୍ରରେ ଲଗାଣ ବର୍ଷା ବନ୍ୟା ବୀଭିଷିକା ସୃଷ୍ଟି କରିଛି । ରାଇଗଡ଼ ଜିଲ୍ଲାରେ ୨ ଦିନ ହେବ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୩୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏନଡିଆରଏଫ୍ ଟିମ ରେସକ୍ୟୁ ଅପରେସନ୍ ଜାରି ରଖିଛି। ପୂରା ମହାରାଷ୍ଟ୍ରରେ ବର୍ଷା, ବନ୍ୟା ଓ ଭୂସ୍ଖଳନ ପାଇଁ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ବର୍ଷା ଯୋଗୁ ମହାସଙ୍କଟରେ ମହାରାଷ୍ଟ୍ର । ବର୍ଷାଜନିତ ଦୁର୍ଘଟଣା ଯୋଗୁ ପୂରା ରାଜ୍ୟରେ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । କେବଳ ରାଇଗଡ଼ ଜିଲ୍ଲା ତଲଇ ଗାଁରେ ପାହାଡ଼ ଅତଡ଼ା ଧସିବା ଯୋଗୁ ୩୫ଟି ଘର ପୋତି ହୋଇଯାଇଛି । ଫଳରେ ୪୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି। ଏନଡିଆରଏଫ ମିଳିତ ଉଦ୍ଧାର କାର୍ଯ୍ୟରେ ଲାଗିଛି। ହେଲିକପ୍ଟର ନିୟୋଜିତ କରାଯାଇଛି। ତେବେ ୨୪ ଘଣ୍ଟା ପାଇଁ ଅନେକ ଜିଲ୍ଲାକୁ ବର୍ଷା ଆଲର୍ଟ ଥିବାରୁ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି । ଜଳବାୟୁ ପରିବର୍ତ୍ତନକୁ ହିଁ ବିଶେଷ ଭାବେ ଦାୟି କରାଯାଉଛି। କାରଣ ଗତ କିଛି ବର୍ଷ ଧରି ମହାରାଷ୍ଟ୍ରରେ କରାଳ ବନ୍ୟା ସ୍ଥିତି ସୃଷ୍ଟିହେବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking