40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଅହମ୍ମଦାବାଦରେ ସିଲିଣ୍ଡର ବିସ୍ଫୋରଣ, ୭ ମୃତ୍ୟୁ

ଅହମ୍ମଦାବାଦରେ ସିଲିଣ୍ଡର ବିସ୍ଫୋରଣ, ୭ ମୃତ୍ୟୁ

ଅହମ୍ମଦାବାଦ : ଗୁଜୁରାଟର ଅହମ୍ମଦାବାଦର ବାରେଜା ଅଞ୍ଚଳରେ ସିଲିଣ୍ତର ବିସ୍ଫୋରଣ ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଛାତିଥରା ଘଟଣାରେ ସମସ୍ତ ଶ୍ରମିକ ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହାସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ମୃତ ଶ୍ରମିକଙ୍କ ପିଲାଙ୍କ ପାଠପଢା ଖର୍ଚ୍ଚ ବାବଦକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି ।

ଏହାସହ ଆହତଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁଯାୟୀ, ଗୁଜୁରାଟ ଅହମ୍ମଦାବାଦର ବାରେଜା ଅଞ୍ଚଳରେ ଏକ କାରଖାନାରେ କାମ କରୁଥିଲେ ଶ୍ରମିକମାନେ । ସେହି କାରଖାନା ନିକଟରେ ୧୦ ଜଣ ଶ୍ରମିକ ଏକ ଘରେ ଭଡା ରହୁଥିଲେ । ହେଲେ ଘରେ ଥିବା ଗ୍ୟାସ ସିଲିଣ୍ତରରୁ ଗ୍ୟାସ ଲିକ ହୋଇ ଫାଟି ଯାଇଥିଲା । ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ସମସ୍ତ ଶ୍ରମିକ ମଧ୍ୟପ୍ରଦେଶର ହୋଇଥିବା ବେଳେ ସେମାନେ ଦାଦନ ଖଟିବାକୁ ଗୁଜୁରାଟକୁ ଆସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking