33.1 C
Bhubaneswar
Saturday, April 27, 2024
HomeUncategorizedରାଜଧାନୀରେ ଆଜି ସର୍ବାଧିକ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ

ରାଜଧାନୀରେ ଆଜି ସର୍ବାଧିକ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଚିନ୍ତା ବଢାଇଲା କରୋନା । ଏବେ ରାଜଧାନୀରେ କରୋନା ସ୍ଥିତି ଧିରେ ଧିରେ ବିଗୁଡୁଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୨ଟି କ୍ୱାରେଣ୍ଟାଇନ କେସ ରହିଥିବା ବେଳେ ୫୨ଟି ଲୋକାଲ କଣ୍ଟାକ୍ଟ କେସ ରହିଛି । ତେବେ ଲୋକାଲ କଣ୍ଟାକ୍ଟ କେସ ମଧ୍ୟରେ ଲକ୍ଷ୍‌ମୀ ବିହାର ବସ୍ତିରେ ଜଣେ ୫୮ ବର୍ଷୀୟା ମହିଳା ଚିହ୍ନଟ ହୋଇଛନ୍ତି । ଚିନ୍ତାମଣିଶ୍ୱରରୁ ଜଣେ ୭୩ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଥିବା ବେଳେ ବମିଖାଲ୍ ଦୁର୍ଗାମଣ୍ଡପ ନିକଟରୁ ଜଣେ ୫୪ ବର୍ଷୀୟ ବ୍ୟକ୍ତି ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ବିଶେଶ୍ୱର ବସ୍ତିରୁ ଜଣେ ୧୮ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ଥିବା ବେଳେ ସାଲିଆ ସାହିରୁ ୨୦ ଓ ୪୫ ବର୍ଷୀୟ ମହିଳା ଚିହ୍ନଟ ହୋଇଛନ୍ତି । ସେହିଭଳି ଡୁମୁଡୁମାରୁ ଜଣେ ୨୪ ବର୍ଷୀୟା ଯୁବତୀ ଆକ୍ରାନ୍ତ ଚିହ୍ନଟ ହେବା ସହ ରେଳ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ୩୦ ବର୍ଷୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ସେହିଭଳି ସହିଦ ନଗରରୁ ଜଣେ ୭୨ ବର୍ଷୀୟ ବ୍ୟକ୍ତି କରୋନାରେ ସଂକ୍ରମିତ ହେବା ସହ ଗଙ୍ଗ ନଗରରୁ ଜଣେ ୨୧ ବର୍ଷୀୟ ଯୁବତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ନୟାପଲ୍ଲୀ ଅଂଚଳରୁ ୨୦ ବର୍ଷର ଜଣେ ଯୁବତୀ ଆକ୍ରାନ୍ତ ହେବା ସହ ନୟାପଲ୍ଲୀ ନୂଆସାହିରୁ ୨୪ ବର୍ଷୀୟ ଯୁବକ ଓ ୫୫ ବର୍ଷର ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତି ନଗରରୁ ଜଣେ ୩୩ ବର୍ଷୀୟା ମହିଳା ଆକ୍ରାନ୍ତ ଚିହ୍ନଟ ହେବା ସହ ଚକେଇସିଆଣିରୁ ଜଣେ ୩୭ ବର୍ଷୀୟ ପୁରୁଷ ବି ଆକ୍ରାନ୍ତ ହୋଇଛନ୍ତି । ସେହିପରି ଘରୋଇ ହସ୍ପିଚାଲରେ କାର୍ଯ୍ୟ କରୁଥିବା ଜଣେ ୨୬ ଓ ୨୭ ବର୍ଷର ଯୁବତୀ ଓ ଜଣେ ୨୩ ବର୍ଷର ଯୁବକ ଆକ୍ରାନ୍ତ ହୋଇଛନ୍ତି । ଓଲ୍ଡ ଟାଉନ ରୁ ଜଣେ ୫୬ ବର୍ଷୀୟ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଆଇଆରସି ଭିଲେଜରୁ ଜଣେ ୨୧ ବର୍ଷର ଯୁବତୀ, ପଳାଶୁଣୀରୁ ଜଣେ ୨୭ ବର୍ଷୀୟା ଯୁବତୀ, ରସୁଲଗଡରୁ ୨୩ ବର୍ଷୀୟା ଯୁବତୀ, ସହିଦ ନଗରରୁ ଜଣେ ୨୭ ବର୍ଷୀୟ ପୁରୁଷ, ଆଉ ଜଣେ ୩୪ ବର୍ଷୀୟ ପୁରୁଷ ଯିଏ ସରକାରୀ ହସ୍ପିଟାଲରେ ଡ୍ରାଇଭର ଅଛନ୍ତି, ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସାଲିଆ ସାହିରୁ ସେହିଭଳି ଜମେ ୨୭ ଓ ୩୬ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଅନ୍ୟପଟେ ପାତ୍ରପଡା ଅଂଚଳରୁ ଜଣେ ୨୫ ବର୍ଷୀୟା ଯୁବତୀ ଚିହ୍ନଟ ହେବା ସହ ନୟାପଲ୍ଲୀରୁ ଜଣେ ୩୫ ବର୍ଷର ପୁରୁଷ ମଧ୍ୟ ପଜେଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ଲକ୍ଷ୍‌ମୀ ସାଗର ରୁ ୩୦ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଥିବା ବେଳେ ୟନିଟ ୮ରୁ ଜଣେ ୩୬ ବର୍ଷୀୟା ମହିଳା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଉ ୬୫ ବର୍ଷୀୟା ମହିଳା ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପଜେଟିଭ ବାହାରିଥିବା ବେଳେ ଆଇଆରସି ଭିଲେଜ ଏନ-୫ରୁ ଜଣେ ୬୫ ବର୍ଷୀୟ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ବୁଦ୍ଧେଶ୍ୱରୀ କଲୋନୀରୁ ଜଣେ ୨୦ ବର୍ଷର ଯୁବକ ଆକ୍ରାନ୍ତ ହୋଇଥିବା ବେଳେ ଡୁମୁଡୁମା ରୁ ଜଣେ ୨୩ ବର୍ଷୀୟା ଯୁବତୀ ପଜେଟିଭ ବାହାରିଛନ୍ତି । ୟନିଟ ୧ରୁ ଜଣେ ୩୦ ବର୍ଷୀୟ ବ୍ୟକ୍ତି ପଜେଟିଭ ବାହାରିବା ସହ କଳିଙ୍ଗ ନଗର ଅଂଚଳରୁ ଜଣେ ୩୨ ବର୍ଷୀୟା ମହିଳା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ପଟିଆ ରୁ ଜଣେ ୨୮ ବର୍ଷୀୟା ଯୁବତୀ ଆକ୍ରାନ୍ତ ହୋଇଥିବା ବେଳେ ବିଜେବି ନଗରରୁ ଜଣେ ୩୩ ବର୍ଷର ଯୁବକ ଆକ୍ରାନ୍ତ ବାହାରିଛନ୍ତି । ଡୁମୁଡୁମା ରୁ ଜଣେ ୧୩ ଓ ୫୫ ବର୍ଷର ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି କେନ୍ଦ୍ରୀୟ ହସ୍ପିଟାଲରେ କାର୍ଯ୍ୟରତ ୨୬ ଓ ୩୦ ବର୍ଷର ପୁରୁଷ ଚିହ୍ନଟ ହୋଇଛନ୍ତି । ସେହିଭଳି ସାଲିଆ ସାହିରୁ ଜମେ ୨୫ ବର୍ଷୀୟ ବ୍ୟକ୍ତି ଆକ୍ରାନ୍ତ ହେବା ସହ ୟୁନିଟ ୭ରୁ ଜଣେ ୩୦ ବର୍ଷୀୟ ପୁରୁଷ ପଜେଟିଭ ବାହାରିଛନ୍ତି । ସେହିଭଳି ଡେଲଟା କଲୋନୀରୁ ଜଣେ ୪୬ ବର୍ଷର ପୁରୁଷ ଆକ୍ରାନ୍ତ ବାହିରଥିବା ବେଳେ ନୟାପଲ୍ଲୀ ଅଂଚଳରୁ ଜଣେ ୨୪ ବର୍ଷୀୟା ଯୁବତୀ, ପଳାଶୁଣୀରୁ ୫୬ ବର୍ଷୀୟା ମହିଳା, ଶିରିପୁରରୁ ୨୦ ବର୍ଷର ପୁରୁଷ, ନୟାପଲ୍ଲୀରୁ ୮୪ ବର୍ଷୀୟା ମହିଳା, ରସୁଲଗଡରୁ ୨୩ ବର୍ଷୀୟା ଯୁବତୀ ଏବଂ କୋଳଥିଆରୁ ଜଣେ ୩୩ ବର୍ଷୀୟା ମହିଳା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୩ରେ ପହଂଚିଥିବା ବେଳେ ୪୫୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ଏବେ ବି ୫୭୪ଟି ଆକ୍ଟିଭ କେସ ରହିଛି । ଅନ୍ୟପଟେ ୧୧ ଜଣଙ୍କର ପ୍ରାଣ ଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking