33.1 C
Bhubaneswar
Thursday, April 25, 2024
Homeଓଡିଶାବିଦେଶୀ ମଦ ଜବତ : ୧୧ ଗିରଫ

ବିଦେଶୀ ମଦ ଜବତ : ୧୧ ଗିରଫ

ମୟୁରଭଞ୍ଜ : ଜୁଲାଇ ୧୫ ରାତି ପ୍ରାୟ ସାଢ଼େ ୧୧ ସମୟରେ ବାରିପଦା ଟାଉନ ଥାନା ପେଟ୍ରୋଲିଂ ଟିମ ପକ୍ଷରୁ ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୨୪ କାଳିକାପୁର ଅଞ୍ଚଳରେ ଏକ ଘର ଉପରେ ଅତର୍କିତ ଭାବେ ଚଢ଼ାଉ କରି ଚୋରା ବିଦେଶୀ ମଦ ବ୍ୟବସାୟ ସହିତ ଜୁଆ ଆଡ୍ଡା ଚଳାଉ ଥିବା ଅଭିଯୋଗରେ ଘରର ମାଲିକ ସହିତ ୧୧ ଜୁଆଡ଼ିଙ୍କୁ ଗିରିଫ କରାଯାଇଛି । ତାଙ୍କ ପାଖରୁ ତାସ, ନଗଦ ୧୮, ୩୯୦ ଟଙ୍କା ଓ ୫୦ ବୋତଲ ବିଅର ଜବତ କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ବୁଧବାର ବାରିପଦା ଟାଉନ ଥାନା ପୁଲିସ ନାଇଟ ପେଟ୍ରୋଲିଂ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୨୪ କାଳିକାପୁର ଅଞ୍ଚଳ ନିର୍ମଳ ବୈଠାଙ୍କ ଘରେ ଚୋରା ବିଦେଶୀ ମଦ ବ୍ୟବସାୟ ଓ ଜୁଆ ଆଡ୍ଡା ଚାଲିଥିବାର ଖବର ପାଇଥିଲେ । ଏହାପରେ ରାତି ପ୍ରାୟ ସାଢ଼େ ୧୧ ସମୟରେ ପୁଲିସର ନାଇଟ ପେଟ୍ରୋଲିଂ ଟିମ ଅତର୍କିତ ଭାବେ ଘର ଉପରେ ଚଢ଼ଉ କରିଥିଲେ । ଏହି ସମୟରେ ଘର ଭିତରୁ ସିଲ ଥିବା ୨୮ଟି ହେୱାର୍ଡ଼-୫୦୦୦ ଓ ୨୨ଟି କିଙ୍ଗ ଫିସର ବିୟର ଜବତ କରିଥିଲେ ।
ସେହିପରି ଉକ୍ତ ଘର ଭିତରେ୧୦ରୁ ୧୫ ଜଣ ବ୍ୟକ୍ତି ୩ ପତି ମାଧ୍ୟମରେ ବେଟିଂ ଚାଲିଥିବାର ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରୁ ପୁଲିସ ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୧୧ ଢ଼ିପାସାହି ଅଞ୍ଚଳର ଦିଲ୍ଲୀପ ପାଲ(୨୪), କାଳିକାପୁର ଅଞ୍ଚଳର ନାରାୟଣ ଦେ(୪୨), ନିଲୁ ମୁଖୀ(୧୯), ତରୁଣ ପାଳ(୧୭), ପବନ ମୁଖୀ(୨୦), କାଲୁ ମୁଖୀ(୧୯), ମିଥୁନ ମୁଖୀ(୨୪) ୱାର୍ଡ଼ ନମ୍ବର ୯ ମଧୁବନ ଅଞ୍ଚଳର ସଞ୍ଜୟ ସିଂ(୧୯), ବିଜୟ ସିଂ(୨୧), ବାପି ଦେ(୩୦) ଏବଂ କାଳିକାପୁର ଅଞ୍ଚଳରେ ରହୁଥିବା ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ସାମୁରାଇପୁର ଅଞ୍ଚଳର ଜିତେନ୍ଦ୍ର ବେହେରା(୩୩)ଙ୍କୁ ତିନି ପାତି ଖେଳୁ ଥିବା ଅବସ୍ଥାରେ ଶ୍ପଟ ଉପରୁ କାର୍ଡ଼ ସହିତ ପୁଲିସ ଗିରଫ କରି ଥାନାକୁ ନେଇ ଆସିଥିଲେ । ଏହି ସମୟରେ ସେମାନଙ୍କ ନିକଟରୁ ନଗଦ ୧୮୩୯୦ ଟଙ୍କା ସହିତ ୫୨ ନମ୍ବର ତାସ(କାର୍ଡ଼) ଓ ଏକ ପ୍ଲାଷ୍ଟିକ ମଶିଣାକୁ ଘଟଣାସ୍ଥଳରୁ ଜବତ କରିଥିଲେ । ଏହାକୁ ନେଇ ବାରିପଦା ଟାଉନ ଥାନାରେ ପୃଥକ ପୃଥକ ମାମଲା ରୁଜୁ କରାଯାଇଛି । ବାରିପଦା ଟାଉନ ଥାନା ଏସଆଇ ତଥା କଟକ ଜଗତପୁର ରାମଦେବ କଲୋନୀର ରଞ୍ଜନ କୁମାର ବେହେରାଙ୍କ ଲିଖିତ ଅଭିଯୋଗ କ୍ରମେ ଚୋରା ବିଦେଶୀ ମଦ ବ୍ୟବସାୟ ଚଲାଇଥିବା ଅଭିଯୋଗରେ ନିର୍ମଳ ବୈଠାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିବା ରୁଜୁ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking