28.1 C
Bhubaneswar
Tuesday, June 28, 2022
Homeଅପରାଧପ୍ରମିକାକୁ ନଦି ବ୍ରିଜ ଉପରୁ ଫିଙ୍ଗି ଚାଲିଗଲା ପ୍ରମିକ

ପ୍ରମିକାକୁ ନଦି ବ୍ରିଜ ଉପରୁ ଫିଙ୍ଗି ଚାଲିଗଲା ପ୍ରମିକ

ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସିନାପାଲି ନିକଟ ଉଦନ୍ତ ନଦି ବ୍ରିଜଉପରୁ ନିଜ ପ୍ରମିକାକୁ ଫିଙ୍ଗି ଦେଇ ପ୍ରମିକ ଫେରାର ମାରିବା ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏନେଇ ଝିଅ ଘର ପକ୍ଷରୁ କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଏ ।
ସୂଚନା ଅନୁଯାୟୀ, କେଗାଁ ଥାନା ଖଲିଆପାଲି ଗ୍ରାମପଂଚାୟତ ଖଲିଆପାଲି ଗ୍ରାମର ଚିତ୍ରସେନ ଚଲାନଙ୍କ ପୁତ୍ର ଡୋଲମଣି ଚଲାନ ମିରମିର ଗ୍ରାମର ଜଣେ ଯୁବତିକୁ ଦିର୍ଘ ୫ ବର୍ଷ ହେବ ଗୁପ୍ତ ପ୍ରେମ ସଂପର୍କ ରଖି ଆସୁଥିଲା । ପରବର୍ତି ସମୟରେ ଯୁବତୀକୁ ସ୍ତ୍ରୀର ପରିଚୟ ଦେବି କହି ତାକ ଘରୁ ଫେରାର କରି ନେଇ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଓ ସିନ୍ଧେକେଲା ଅଂଚଳରେ ଘର ଭଡା କରି ରଖିଥିଲା । କିନ୍ତୁ ଉକ୍ତ ପୁଅ ଭଡା ଘରେ ଝିଅକୁ ଏକୁଟିଆ ଛାଡି ନିଜ ଘର ଖଲିଆପାଲିରେ ଆସି ନିଜ ପରିବାର ସହିତ ରହୁଥିବାରୁ ଉକ୍ତଝିଅ ଭଡା ଘରେ ନରହି ପୁଅ ଘରକୁ ଯିବାକୁ ଜିଦ କରିବାରୁ ଝିଅକୁ ମାଡ ଓ ଗାଲି ଦେବାରୁ ଝିଅ ଅନ୍ୟ ଉପାୟ ନପାଇ ଚୁପ ରହିଥିଲା । ଗତ ୧୪ ତାରିଖ ଦିନ ଉକ୍ତ ପୁଅ ଘରକୁ ଯିବା କହି ପ୍ରଥମେ ମହାଲିଙ୍ଗ ଗ୍ରାମପଂଚାୟତ ବେତରାଜପାଲି ଗ୍ରାମରେ ରଖି ଉକ୍ତ ଦିନ ରାତ୍ର ୮ ଘଟିକାରେ ସେଠାରୁ ଘରକୁ ଯିବା କହି ଭାଟିପଡା ଓ ସିନାପାଲି ମଧ୍ୟରେ ଥିବା ବ୍ରିଜ ଉପରେ ବାଇକ ରଖିଥିଲା । ପୁଅ ଓ ଝିଅ ବ୍ରିଜ ଉପରେ ଠିଆହେବା ପରେ ଉକ୍ତ ପୁଅ ଝିଅର ପଣତକାନିରେ ଦୁଇ ହାତକୁ ବାନ୍ଧି ଦେଇଥିଲା । ଉକ୍ତ ଝିଅ ପୁଅକୁ ଛାଡି ଦିଅ ବୋଲି ଚିତ୍କାର କରିଥିଲେ ମଧ୍ୟ ତା’ କଥା ନସୁଣି ଝିଅକୁ ବ୍ରିଜ ଉପରୁ ଫିଙ୍ଗି ଚାଲିଯାଇଥିଲା । ନଦିରେ ପାଣି କମ ଥିବାରୁ ଝିଅର କିଛି କ୍ଷତି ହୋଇନଥିଲା । ଝିଅ ପାଣିରେ ପହଁରି ନଦି ବାହାରକୁ ଆସି ନିକଟସ୍ଥ ସିନପାଲି ଗ୍ରାମକୁ ଆସି ସୁବନା ରଣାଙ୍କ ଘର କବାଟ ବାଡେଇ ଉଠାଇଥିଲା । ଉକ୍ତ ପରିବାର ଲୋକେ ଝିଅ ଅବସ୍ଥା ଦେଖି ପ୍ରଥମେ କିଛିବୁଝି ପାରିନଥିବା ବେଳେ ଝିଅର ଦେହରେ ସାଢି ନଥିବା ଦେଖି ଏକ ସାଢି ପିନ୍ଧିବାକୁ ଦେଇ ଝିଅଠାରୁ ସବୁ ଘଟଣା ବିଷୟରେ ପଚାରି ବୁଝିଥିଲେ । ସକାଳ ସମୟରେ ଗ୍ରାମବାସୀ ଝିଅର ପରିବାରକୁ ଖବର ଦେବା ପରେ ଝିଅର ପରିବାର ଲୋକେ ଆସି କେଗାଁ ଥାନରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଅପର ପକ୍ଷରେ ଉକ୍ତ ପୁଅ ଝିଅଠାରୁ ସୁନାଗହଣା ଓ ଟଙ୍କା ମଧ୍ୟ ନେଇ ଯାଇଥିବା ଅଭିଯୋଗରୁ ଜଣାଯାଏ । ଏସଂକ୍ରାନ୍ତରେକେଗାଁ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଥିବା ଜଣାଯାଏ । ଉକ୍ତ ଘଟଣା ପରେ ସଂପୃକ୍ତ ପ୍ରେମିକ ଜଣକ ଫେରାର ହୋଇଯାଇଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking