28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଏକାଦଶ, ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରତି ମାସରେ ମିଳିବ ୫-୭ ହଜାର ଟଙ୍କା, ପଢନ୍ତୁ କିପରି

ଏକାଦଶ, ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରତି ମାସରେ ମିଳିବ ୫-୭ ହଜାର ଟଙ୍କା, ପଢନ୍ତୁ କିପରି

ନୂଆଦିଲ୍ଲୀ: ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ବିଜ୍ଞାନ ସହ ଜଡିତ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଭାରତ ସରକାରଙ୍କ ତରଫରୁ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ଅନୁସାରେ, ଏକାଦଶ, ଦ୍ୱାଦଶ ଶ୍ରେଣୀ ଓ ସ୍ନାତ୍ତକ କରୁଥିବା ଛାତ୍ରଛାତ୍ରୀଙ୍କୁ ଫେଲୋସିପ ଦିଆଯାଏ । ଭାରତୀୟ ବିଜ୍ଞାନ ସଂସ୍ଥାନ ବେଙ୍ଗାଲୁରୁ ଏହି ଯୋଜନା ପରିଚାଳିତ କରେ । ଏହି ଯୋଜନାକୁ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା ନାମ ଦିଆଯାଇଛି । ଏହା ଅନୁସାରେ, ବିଜ୍ଞାନ, ପ୍ରାଦ୍ୟୋଗିକ ଓ ଔଷଧ କ୍ଷେତ୍ରରେ କାମ କରୁଥିବା ଛାତ୍ରଛାତ୍ରୀଙ୍କୁ ଫେଲୋସିପ ଦିଆଯାଏ ।
କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା ଫେଲୋସିପ ଗତ ଦୁଇ ଦଶକରୁ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ କ୍ଷେତ୍ରରେ କ୍ୟାରିଅର କରିବା ପାଇଁ ସାହାଯ୍ୟ କରୁଛି । ଏହି ଯୋଜନା ଅନୁସାରେ, ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ଓ ୭ ହଜାର ଟଙ୍କା ପ୍ରତି ମାସରେ ଦୁଇ ଭିନ୍ନ ଭିନ୍ନ ଫେଲୋସିପ ଦିଆଯାଏ । ଏହି ଯୋଜନାର ଲାଭ ନେବା ପାଇଁ ଛାତ୍ରଛାତ୍ରୀଙ୍କୁ ଆବେଦନ କରିବାକୁ ପଡିବ ।
ବିଜ୍ଞାନ ଓ ପ୍ରଦ୍ୟୋଗିକ ବିଜ୍ଞାନ ଏହି ଯୋଜନାର ଆରମ୍ଭ ୧୯୯୯ରେ କରିଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ବିଜ୍ଞାନରେ ଲୁଚିରହିଥିବା ପ୍ରତିଭାକୁ ଲୋକ ଲୋଚନକୁ ଆଣିବା । ଯାହାଦ୍ୱାରା ଦେଶ ଓ ଛାତ୍ରଛାତ୍ରୀଙ୍କ ଆଗାମୀ ଭବିଷ୍ୟତକୁ ସଠିକ ଭାବରେ ଗଢି ହେବ । ରାଷ୍ଟ୍ରୀୟ ସ୍ତରରେ ଛାତ୍ରଙ୍କ ଚୟନ ପାଇଁ ଏହି ଯୋଜନା ଅନୁସାରେ ଉଚ୍ଚସ୍ତରୀୟ ପ୍ରବେଶ ପରୀକ୍ଷାର ଆୟୋଜନ କରାଯାଏ । ସାଧାରଣ ଭାବରେ ଏହାକୁ ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯାଏ । ପ୍ରଥମ ପର୍ଯ୍ୟାୟରେ ଅନଲାଇନ ଆପ୍ଟିଚ୍ୟୁଡ ଓ ଦ୍ୱିତୀୟ ପର୍ଯ୍ୟାୟରେ ଇଣ୍ଟରଭ୍ୟୁ ହୋଇଥାଏ ।
ଏଠାରେ କହିରଖୁଛୁ, ଫେଲୋସିପରେ ଭାଗ ନେବା ପାଇଁ ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀରେ ବିଜ୍ଞାନ ଓ ଗଣିତ ବିଷୟରେ ୭୫ ପ୍ରତିଶତ ରଖିଥିବା ଜରୁରୀ । ଏହାସହିତ ଅନୁସୂଚୀତ ଜାତି, ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ ୧୦ ପ୍ରତିଶତ ଛାଡ କରାଯାଏ । ସେହିଭଳି ସ୍ନାତ୍ତକ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଦ୍ୱାଦଶରେ ୬୦ ପ୍ରତିଶତ ରଖିଥିବା ଜରୁରୀ । ଅନ୍ୟପଟେ ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗଙ୍କୁ ୧୦ ପ୍ରତିଶତ ଛାଡ ସହିତ ୫୦ ପ୍ରତିଶତ ରଖିବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking