28.1 C
Bhubaneswar
Friday, March 29, 2024
Homeଓଡିଶାନିୟତୀଙ୍କୁ ନ୍ୟାୟ ପାଇଁ, ଅଣ୍ଟା ଭିଡ଼ିଲା ସୂଚନାଅଧିକାର ଅଭିଯାନ ସଙ୍ଗଠନ

ନିୟତୀଙ୍କୁ ନ୍ୟାୟ ପାଇଁ, ଅଣ୍ଟା ଭିଡ଼ିଲା ସୂଚନାଅଧିକାର ଅଭିଯାନ ସଙ୍ଗଠନ

 

ବାଲେଶ୍ୱର : ବାଲିଆପାଳ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀ ନିୟତି ମୁଖୀଙ୍କ ଙ୍କ ଉପରେ ବିପିଏମ ଙ୍କ ଜୁଲୁମ,ନ୍ୟାୟ ପାଇଁ ବିଭାଗୀୟ ଅଧିକାରୀ ଓ ଥାନାରେ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବାଲିଆପାଳ ସୂଚନା ଅଧିକାର ଅଭିଯାନ ପକ୍ଷରୁ ପୂର୍ତ୍ତବିଭାଗ ଡାକ ବଙ୍ଗଳା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ସୂଚନା ଅନୁଯାୟୀ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟତି ମୁଖୀ ନାମକ ଜଣେ ହରିଜନ ମହିଳା ଠିକା ସଫେଇ କିର୍ମଚାରି ଭାବେ କାର୍ଯ୍ୟ କରୁଥିଲେ।ତେବେ ଗତ 18 ତାରିଖ ଦିନ ବାଲିଆପାଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ ଦୟାନିଧି ନାୟକ ତାଙ୍କୁ କଦର୍ଯ୍ୟ ବ୍ୟବହାର କିରିବା ସହିତ ତାଙ୍କର ଜାତି ଉଠାଇ ଗାଳି ଗୋଳଜ କରିଥିଲେ। ଯାହାପାଇଁ ଶ୍ରୀମତୀ ମୁଖୀ ନ୍ୟାୟ ପାଇଂ ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ ବାଲିଆପାଳ ଥାନାରେ ଲିଖିତ ଆଭିଯୋଗ କରିଥିଲେ। ମାତ୍ର ପୋଲିସ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ବେଳେ, ଆପୋସ ସମାଧାନ ନାମାପତ୍ର କରି ମାମଲାକୁ ଦୁର୍ବଳ ଓ ପ୍ରଭାବିତ କରିବାକୁ ଚକ୍ରାନ୍ତ କରାଯାଉଛି ବୋଲି ସୂଚନା ଅଧିକାର କର୍ମୀ ସଙ୍ଘଠନ ପକ୍ଷରୁ ଅଭିଯୋଗ କରିଛନ୍ତି। ଯାହାପାଇଁ କର୍ମକ୍ଷେତ୍ରରେ ମହିଳା ମାନେ ଆଦୌ ସୁରକ୍ଷିତ ମଣୁନାହାନ୍ତି। ଖାସ କରି ଗରିବ ହରିଜନ ବର୍ଗର ମହିଳାଙ୍କ କ୍ଷେତ୍ରରେ ଏହାର ମାତ୍ରା ଅଧିକ। ତେଣୁ କର୍ମ କ୍ଷେତ୍ରରେ ମହିଳାଙ୍କ ସୁରକ୍ଷାକୁ ନେଇ ଉଠିଛି ଏକ ବଡ଼ ପ୍ରଶ୍ନ। ଏହା ସହିତ ଏହି ବିପିଏମ ଦୟାନିଧି ନାୟକ ,ପୂର୍ବରୁ ଜଣେ ସାପ କାମୁଡା ରୋଗୀକୁ ମେଡିକାଲ ପରିସରରେ ଫୁଙ୍କା ଝଡ଼ା କରି ଚର୍ଚ୍ଚାରେ ରହିଥିଲେ।
ତେବେ ବିପିଏମଙ୍କ ନାମରେ ବାରମ୍ବାର ଅଭିଯୋଗ ଆସୁଥିଲେବି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ନ୍ୟାୟ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ବିପିଏମଙ୍କ ସହିତ, ବାଲିଆପାଳ ପୋଲିସ, ଏସ୍ପି ବାଲେଶ୍ୱର, ଜିଲ୍ଲାପାଳ ବାଲେଶ୍ୱର,ଓ ଜିଲ୍ଲା ଚିକିତ୍ସା ଅଧିକାରୀ ସହିତ ସ୍ୱାସ୍ଥ୍ୟ ବିଭାଗ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ସୂଚନା ଦେଇଛନ୍ତି। ଏହା ସହିତ ଏହି ମାମଲା ରେ ତୁରନ୍ତ ନିୟତୀ ମୁଖିଙ୍କ ଅଭିଯୋଗ କୁ ଭିତ୍ତିକରି,କାର୍ଯ୍ୟାନୁଷ୍ଠାନ ପାଇଂ ଦାବି କରିଛନ୍ତି । ତା ନହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦେଇଛନ୍ତି।
ତେବେ ନିୟତୀ ଥାନାରେ ଲିଖିତ ଅଭିଯୋଗ ପରେ, ପରେ କାହିଁକି ଓ କେଉଁ ପରିସ୍ଥିତିରେ ସମାଧାନ ପାଇଁ ସମ୍ମତି ଜଣାଇଛନ୍ତି ,ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking