32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗସ୍କୁଲ ନିକଟରେ 11କେଭି ଲାଇନି କୁ ବିରୋଧ

ସ୍କୁଲ ନିକଟରେ 11କେଭି ଲାଇନି କୁ ବିରୋଧ

ଯାଜପୁର: ଯାଜପୁର ଜିଲ୍ଲାର କୋରାଇ ବ୍ଲକ ଅନ୍ତର୍ଗତ ହଳଦୀ ଗାଡ଼ିଆ ପଂଚାୟତ ର ହଳଦୀ ଗାଡ଼ିଆ ଗ୍ରାମର ମଦନମୋହନ ବିଦ୍ୟାପୀଠ ଓ ହାଇସ୍କୁଲ ପାଚେରୀ ନିକଟରେ ଏୟାରଟେଲ ଟାୱାର ନିର୍ମାଣ ପାଇଁ 11କେଭି ଲାଇନି ଯାଉଛି ସ୍କୁଲ ନିକଟରେ ତାର ନଯିବା ପାଇଁ ଗ୍ରାମ ଙ୍କ ପକ୍ଷରୁ ବିରୋଧ କରା ଯାଇ କାର୍ଯ୍ୟ କୁ ବନ୍ଦ କରାଯଇଛି । ଯଦି ସେ ସ୍କୁଲ ପାଚେରୀକୁ ଲଗାଇ ୧୧ କେଭି ବିଦ୍ୟୁତ ତାରଟି ଟଣାଯାଏ ତେବେ ସ୍କୁଲ ଭିତରକୁ ତାରଯିବା ସହ ସ୍କୁଲ ଘର ଉପରେ ତାର ଯିବ । ଯେଉଁ ଘର ଉପରେ ତାର ଯିବ ,ତାରଛାତ ଉପରକୁ ଯିବା ପାଇଁ ସିଡିର ବ୍ୟବସ୍ଥା ଅଛି । କୋମଳମତୀ ପିଲାମାନେ ଛାତ ଉପରକୁ ଗଲେ ସେମାନଙ୍କର ହାତ ସେ ତାର ରେ ବାଜିବ ।ତେଣୁ ଏ ସଂପର୍କରେ ଜିଲ୍ଲାପାଳ ଯାଜପୁର ,ବି.ଡି.ଓ.କୋରେଇ ,ତହସିଲଦାର ବ୍ୟାସନଗର ,ଏସ.ପି.ଯାଜପୁର ,ମାନବ ଅଧିକାରକମିଶନର , ଏସ.ଡି.ପି.ଓ,ଯାଜପୁର ଆଇ.ଆଇ.ସି,କୋରେଇ ସରପଞ୍ଚ ,ହଳଦିଗଡ଼ିଆ ପଞ୍ଚାୟତ ପ୍ରଧାନ ଶିକ୍ଷୟତ୍ରୀ ମଦନ ମୋହନ ନୋଡାଲ ବିଦ୍ୟାପୀଠ, ପ୍ରଧାନ ଶିକ୍ଷକ ହଳଦିଗଡିଆ ହାଇସ୍କୁଲ ସାଂସଦ ,ଯାଜପୁର ବିଧାୟକ ଡି.ଇ.ଓ ,ଯାଜପୁର ବି.ଇଓ,କୋରେଇ ସି.ଆର.ସି.ସି.ସାଦ କପୁର ,ଏସ.ଡି.ଓ.ଇଲେଟ୍ରିକାଲ ବ୍ୟାସନଗର .ଏକୁଜିଟଭ ଇଂଜିନିୟର ଇଲେଟ୍ରିକାଲ ,ଜେ.ଇ ଇଲେଟିକାଲ । ସ୍ଥାନୀୟ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ଅବଗତି ନିମନ୍ତେ ସୋସିଆଲ ମିଡିଆରେ ଜଣାଇ ଦିଆଗଲା , ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ସ୍କୁଲ ପାଚେରୀ ପାଖରେ ଖୋଳାଯାଉଥିବା ଦୁଇଟି ଗାତ କୁ ବଂଦ କରାଯାଇ ସ୍କୁଲବାଟେ ପାଚେରୀକୁ ଲଗାଇ ୧୧ କେଭି ବିଦ୍ୟୁତ ତାର ଟଣା ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଉ।ଯଦି ଦିଆ ନ ଯାଏ ଆଗାମୀ ଦିନରେ ଗ୍ରାମର ଗ୍ରାମବାସୀ। ପୁରାତନ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ହଳଦୀ ଗଡ଼ିଆର ଅଧିବାସୀ ତଥା ସ୍କୁଲର ପୁରାତନ ଛାତ୍ର ଭୁବନ ମୋହନ ମହାନ୍ତି .ହରିହର ମୁଦୁଲି.ପ୍ରଶାନ୍ତ କୁମାର ସାମଲ .ଆଇନିଜୀବି ମୃତ୍ୟୁଞ୍ଜୟ ପ୍ରସାଦ ଦେବନାଥ ପ୍ରମୁଖ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking