କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ ଥାନା ଡି ସି ବି ବ୍ୟାଙ୍କ ସମ୍ମୁଖରୁ ୨ ଲକ୍ଷ ୩୦ ହଜାର ଟଙ୍କା ଲୁଟ ଅଭିଯୋଗ । ଜଣେ ବ୍ୟବସାୟୀ ବ୍ୟାଙ୍କ ରେ ଟଙ୍କା ଡିପୋଜିଟ କରିବାକୁ ଆସିଥିବା ବେଳେ କାର ରୁ ଲୁଟ ହୋଇଥିବା ଅଭିଯୋଗ । ଯଯାତି ବେହେରା ନାମକ ଜଣେ ବ୍ୟବସାୟି 10 ଲକ୍ଷ ଟଙ୍କା ଧରି ଏକ କାର ରେ ଡ଼ି ସି ବି ବ୍ୟଙ୍କ କୁ ଆସିଥିଲେ ତେବେ 2 ଲକ୍ଷ 30 ହଜାର ଟଙ୍କା କାର ରେ ନିଜ ଭାଇ ପାଖରେ ଛାଡି ଅବଶିଷ୍ଟ ଟଙ୍କା ଡିପୋଜିଟ କରିବାକୁ ଯାଇଥିଲେ। ପରେ 3 ଜଣ ଦୁର୍ବୁତ୍ତ ଏକ ପଲସର ଗାଡି ରେ ଆସି କାର ରେ ଥିବା ଯଯାତି ଙ୍କ ଭାଇ ଙ୍କ ସହ କଥା ହେବା ବେଳେ ଜଣେ କାର ରୁ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଏ ନେଇ ଟାଉନ ପୋଲିସ ନିକଟରେ ଅଭିଯୋଗ ପରେ ପୋଲିସ ବିଭିନ୍ନ ରାସ୍ତା କୁ ସିଲ କରି ତଦନ୍ତ ଆରମ୍ଭ କରିଛି।