39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଦେଶ ବିରୋଧୀ କାର୍ଯ୍ୟ ପାଇଁ ଜମ୍ମୁ କଶ୍ମୀରରେ ୧୧ ସରକାରୀ କର୍ମଚାରୀ ବରଖାସ୍ତ

ଦେଶ ବିରୋଧୀ କାର୍ଯ୍ୟ ପାଇଁ ଜମ୍ମୁ କଶ୍ମୀରରେ ୧୧ ସରକାରୀ କର୍ମଚାରୀ ବରଖାସ୍ତ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରରେ ଦେଶ ବିରୋଧୀ ଗତିବିଧି ନେଇ କାର୍ଯ୍ୟାନୁଷ୍ଠାନ ନେଇ ୧୧ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି । ସମ୍ବିଧାନର ଅନୁଚ୍ଛେଦ ୩୧୧(୨)(ସି) ଅନୁସାରେ ଏହା କରାଯାଇଛି । ଆତଙ୍କୀ ସଲାହୁଦ୍ଦୀନର ଦୁଇ ପୁଅ ଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି ।
ବରଖାସ୍ତ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ୪ ଅନନ୍ତନାଗରୁ, ବଡଗାମରୁ ୩, ବାରାମୁଲା, ଶ୍ରୀନଗର, ପୁଲବାମା ଓ କୁପବାଡାରୁ ୧-୧ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୪ ଶିକ୍ଷା ବିଭାଗ, ୨ ଜମ୍ମୁ କଶ୍ମୀର ପୁଲିସ ଓ ୧-୧ କୃଷି, କୌଶଳ ବିକାଶ, ବିଜୁଳୀ, ଏସକେଆଇଏମଏସ ଓ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଥିଲେ । ଏହାବ୍ୟତୀତ ଜମ୍ମୁ କଶ୍ମୀରର ଦୁଇ କନେଷ୍ଟବଳ ବି ସାମିଲ ଅଛନ୍ତି । ଯାହା ଉପରେ ଆରୋପ ଅଛି, ସେମାନେ ଭିତିରିଆ ଆତଙ୍କବାଦୀଙ୍କ ସମର୍ଥନ କରିଥିଲେ ଓ ସେମାନଙ୍କୁ ଗୁଇନ୍ଦା ସୂଚନା ଓ ସାହାଯ୍ୟ ବି ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking