30.1 C
Bhubaneswar
Wednesday, April 24, 2024
Homeଅପରାଧବସ୍ ରେ ଯାତ୍ରା କରୁଥିବା ଯୁବତୀଙ୍କୁ ଦୁଷ୍କର୍ମ

ବସ୍ ରେ ଯାତ୍ରା କରୁଥିବା ଯୁବତୀଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ : ବସ୍ ରେ ଯାତ୍ରା କରୁଥିବା ଯୁବତୀଙ୍କୁ ଦୁଷ୍କର୍ମ ଭଳି ମାମଲା ସାମନାକୁ ଆସିଛି । ପୀଡ଼ିତା ଜଣକ ମାନସିକ ଅନଗ୍ରସର ହୋଇଥିବା ବେଳେ ଦୁଇ ଜଣ ଯୁବକ ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି । ଏହି ମାମଲା ଆସିଛି କେରଳର କୋଝିକୋଡ ଜିଲ୍ଲାରୁ । ପୀଡିତାଙ୍କ ବୟସ ୨୧ ବର୍ଷ ହୋଇଥିବା ପୁଲିସ୍ କହିଛି । ତେବେ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ୍ ।

ସୂଚନାନୁସାରେ, ପୀଡ଼ିତା ଜଣକ ଘରେ ନିଜ ମା’ଙ୍କ ସହିତ ଝଗଡ଼ା କରି ବାହାରକୁ ଚାଲି ଆସିଥିଲା । କିଛି ଆଗକୁ ଯିବା ପରେ ଯୁବତୀ ଜଣକ ଲିଫ୍ଟ ମାଗିବା ଆରମ୍ଭ କରିଥିଲେ । ଏହି ସମୟରେ ଦୁଇ ଜଣ ଯୁବକ ବାଇକ୍ ରେ ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ସାଙ୍ଗରେ ନେଇଯାଇଥିଲେ । ଏହାପରେ ସେମାନେ ପାର୍କ ହୋଇଥିବା ଏକ ବସ୍ ଭିତରକୁ ନେଇ ଦୁଷ୍କର୍ମ କରିଥିଲେ । ପରେ ସେମାନେ ପୀଡ଼ିତାଙ୍କୁ ଏକ ଅଟୋରିକ୍ସା ଷ୍ଟାଣ୍ଡରେ ଛାଡ଼ିଦେଇ ଚାଲିଯାଇଥିଲେ । ଯୁବତୀଙ୍କ ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିବା ପରେ ସିସିଟିଭି ଫୁଟେଜ୍ ଆଧାରରେ ଦୁଇଜଣ ଆରୋପୀଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking