28.1 C
Bhubaneswar
Friday, April 26, 2024
Homeବିଜିନେସ୍ବିଓଆଇ ଗ୍ରାହକଙ୍କ ପାଇଁ ଜରୁରୀ ଖବର; ରବିବାର ରାତି ୯ଟାରୁ ବନ୍ଦ ରହିବ ଏହି ସର୍ଭିସ

ବିଓଆଇ ଗ୍ରାହକଙ୍କ ପାଇଁ ଜରୁରୀ ଖବର; ରବିବାର ରାତି ୯ଟାରୁ ବନ୍ଦ ରହିବ ଏହି ସର୍ଭିସ

ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକ ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର । ବ୍ୟାଙ୍କର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ଶନିବାର ଓ ରବିବାର କାମ କରିବ ନାହିଁ । ବ୍ୟାଙ୍କ ଟ୍ୱିଟ କରି ଏହି ସୂଚନା ପ୍ରଦାନ କରିଛି । ଏମିତିରେ ଯଦି ଆପମଙ୍କ କିଛି ଜରୁରୀ ଡିଜିଟାଲ କାରବାର କରିବାର ଅଛି, ତେବେ ଜଲଦି ଏହାକୁ ପୁରା କରି ନିଅନ୍ତୁ ।
ବ୍ୟାଙ୍କ ଅଫ ଇଣ୍ଡିଆ ଟ୍ୱିଟ କରି ଗ୍ରାହଙ୍କୁ ସୂଚନା ଦେଇଛି ଯେ, ଯେଉଁ ଗ୍ରାହକଙ୍କ ପିପିଏଇ ଆକାଉଣ୍ଟ ରହିଛି, ତାଙ୍କ ପଇସା ରବିବାର ୧୧ ଜୁଲାଇ ୨୦୨୧ ରାତି ୯ଟା ଭିତରେ ଜମା ହୋଇପାରିବ ନାହିଁ । ଏହାବ୍ୟତୀତ ବ୍ୟାଙ୍କ କହିଛି ଯେ, ତାର ଆଉ କିଛି ସେବା ବି ବନ୍ଦ ରହିବ । ଏଥିରେ ଏସାଇ, ଏସସିଏସଏସ, ଆରବିଆଇ ବଣ୍ଡ ଷ୍ଟେଟମେଣ୍ଟ  , ସିବିଡିଟି ଚାଲାଣ ଇତ୍ୟାଦି ସାମିଲ ରହିଛି । ଇଣ୍ଟରନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ଉପଲବ୍ଧ ଉପରେ କୁହାଯାଇଥିବା ସର୍ଭିସ ୧୦ ଜୁଲାଇ ୨୦୨୧ରେ ୧୨.୪୫ ଏଏମରୁ ଆରମ୍ଭ କରି ୧୧ ଜୁଲାଇ ୨୦୨୧ ରାତି ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking