30.1 C
Bhubaneswar
Friday, April 26, 2024
Homeଓଡିଶାଆଜି ଭୁବନେଶ୍ୱରରୁ ଆଉ ୧୦୭୬ ପଜିଟିଭ

ଆଜି ଭୁବନେଶ୍ୱରରୁ ଆଉ ୧୦୭୬ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱର ମହନଗରରୁ ଆଉ ୧୦୭୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ୯୮୯ ଜଣ ସୁସ୍ଥ ହୋଇଛନ୍ତି । ୧୦୭୬ ପଜିଟିଭ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ୯୨୮ ରହିଛି । ଫଳରେ ଭୁବନେଶ୍ୱର ମହାନଗର ନିଗମରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୯୫୬କୁ ବୃଦ୍ଧି ପାଇଛି ।  ସୁସ୍ଥ ସଂଖ୍ୟା ୫୪୮୬୯ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୧୦ ରହିଛି । ଆକ୍ଟିଭ କେସ ୧୨୭୫୬ ରହିଛି ।

ଅନ୍ୟପଟେ ଆଜି ରାଜ୍ୟରେ ଆଜି କରୋନାରୁ ଆଉ ୧୦୬୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୮୫ ସୁସ୍ଥ ହୋଇଛନ୍ତି । କଟକରୁ ୯୨୭, ଅନୁଗୁଳରୁ ୫୫୬, ସୁନ୍ଦରଗଡରୁ ୫୧୫, ବାଲେଶ୍ୱରରୁ ୫୦୧,  ସମ୍ବଲପୁରରୁ ୪୯୩, ପୁରୀରୁ ୪୬୯, ମୟୁରଭଂଜରୁ ୪୬୪, ବଲାଙ୍ଗୀରରୁ ୪୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking