32.1 C
Bhubaneswar
Thursday, March 28, 2024
Homeଓଡିଶାରାଜ୍ୟରେ ଆଜି ଆଉ ୧୦,୬୦୧ ସୁସ୍ଥ

ରାଜ୍ୟରେ ଆଜି ଆଉ ୧୦,୬୦୧ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ଆଉ ୧୦୬୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୮୫ ସୁସ୍ଥ ହୋଇଛନ୍ତି । କଟକରୁ ୯୨୭, ଅନୁଗୁଳରୁ ୫୫୬, ସୁନ୍ଦରଗଡରୁ ୫୧୫, ବାଲେଶ୍ୱରରୁ ୫୦୧,  ସମ୍ବଲପୁରରୁ ୪୯୩, ପୁରୀରୁ ୪୬୯, ମୟୁରଭଂଜରୁ ୪୬୪, ବଲାଙ୍ଗୀରରୁ ୪୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଦୈନିକ ସଂକ୍ରମଣ ଗତ କିଛି ଦିନ ହେଲା ୧୧ ହଜାର ତଳକୁ ଖସୁନି। ସଂକ୍ରମିତଙ୍କ ସଂଖ୍ୟା ଗତକାଲି ୧୨,୫୨୩ ଥିବାବେଳେ ଆଜି ୧୧,୧୦୮ ରହିଛି। ଏଥିମଧ୍ୟରୁ ୬,୨୧୯ କ୍ୱାରେଣ୍ଟିନରେ ଥିବାବେଳେ ୪୮୮୯ ଲୋକାଲ କଣ୍ଟାକ୍ଟ ରହିଛି।

ସୂଚନାଯୋଗ୍ୟ , ଆଜି ବି ସର୍ବାଧିକ ରୋଗୀ ଖୋର୍ଦ୍ଧା ଜିଲ୍ଲାରୁ ବାହାରିଛନ୍ତି। ଏଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧,୪୫୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି କଟକ। ଏଠାରୁ ୯୪୪ ଜଣ ସଂକ୍ରମିତ ବାହରାଛନ୍ତି। ଅନ୍ୟପକ୍ଷେ ଅନୁଗୁଳରେ ୮୬୪, ବାଲେଶ୍ୱରରେ ୫୦୯, ବରଗଡରେ ୩୩୯, ଭଦ୍ରକରେ ୪୮୯, ବଲାଙ୍ଗରରେ ୨୯୮, ବୌଦ୍ଧରେ ୨୭୩, ଦେବଗଡରେ ୧୨୫, ଢେଙ୍କାନାଳରେ ୧୩୧, ଗଜପତିର ୧୫୭, ଗଞ୍ଜାମରେ ୨୧୪, ଜଗତସିଂହପୁରରେ ୩୧୮, ଜାଜପୁରରେ ୩୯୬, ଝାରସୁଗୁଡ଼ାରେ ୧୧୩, କଳାହାଣ୍ଡିରେ ୩୯, କନ୍ଧମାଳରେ ୧୩୨, କେନ୍ଦ୍ରାପଡାରେ ୧୫୦, କେନ୍ଦୁଝରରେ ୧୬୯, କୋରାପୁଟରେ ୨୫୧ ଜଣଙ ସଂକ୍ରମିତ ହୋଇଛନ୍ତି। ସେହିପରି ମାଲକାନଗିରିରୁ ୧୦୦, ମୟୂରଭଞ୍ଜରୁ ୬୩୫, ନବରଙ୍ଗପୁରରୁ ୩୫୭, ନୟଗଡରୁ ୩୩୨, ନୂଆପଡାରୁ ୧୧୪, ପୁରୀରୁ ୪୭୩, ରାୟଗଡାରୁ ୨୦୯, ସମ୍ବଲପୁରରୁ ୩୮୪, ସୋନପୁରରୁ ୧୮୦, ସୁନ୍ଦରଗଡରୁ ୭୦୮ ଏବଂ ଷ୍ଟେଟ ପୁଲ୍‌ରୁ ୨୫୪ ବାହାରିଛନ୍ତି।

ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୧,୧୨,୪୧,୪୦୮ ନମୂନା ପରୀକ୍ଷା ହୋଇଥିବାବେଳେ ୬,୭୯,୫୩୦ ପଜିଟିଭ ବାହାରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୧,୦୯,୬୩୯ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking