37.1 C
Bhubaneswar
Sunday, May 5, 2024
Homeଅପରାଧନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦୁଝର : କେନ୍ଦୁଝର ଫାଷ୍ଟଟ୍ରାକ କୋର୍ଟ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ମଙ୍ଗଳବାର ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ଉମା ସେଠୀକୁ ଦୋଷୀ ସାବ୍ୟସ୍ତକରି କୋର୍ଟ ଏହି ଦଣ୍ଡ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ନୟାକୋଟ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ପିତାମାତା ସେଦିନ ବାଂଶପାଳ ସାପ୍ତାହିକ ହାଟକୁ ସକାଳୁ ଆସିଥିଲେ । ମଧ୍ୟାହ୍ନରେ ହାଟସାରି ଫେରିବାବେଳେ ଘରେ ନାବାଳିକା ଝିଅକୁ ପାଇନଥିଲେ । ଅନେକ ଖୋଜାଖୋଜିପରେ ନାବାଳିକା ଝିଅକୁ ନପାଇବାରୁ ବାଧ୍ୟ ହୋଇ ପରିବାର ପକ୍ଷରୁ ୨୮/୬/୨୦୨୩ରେ ନୟାକୋଟ ଥାନାର ଦ୍ୱାରସ୍ଥ ହୋଇଥିଲେ । ନୟାକୋଟ ପୁଲିସ ଥାନା କେଶ ନମ୍ବର ୨୭ ଅନୁସାରେ ଅନୁସନ୍ଧାନ ଆରମ୍ଭ କରିଥିଲା ।

ପରିବାରର ସନ୍ଧେହକୁ ଭିତ୍ତିକରି ନୟାକୋଟ ପୁଲିସ ଅଭିଯୁକ୍ତ ଉମା ସେଠୀଙ୍କର ସଦର ଥାନା ଅନ୍ତର୍ଗତ ଖୁଣ୍ଟା ଗ୍ରାମରେ ଚଢାଉ କରି ନାବାଳିକାକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ବିଚାର କରି ପୁଲିସର ତଦନ୍ତ ଓ ୧୬ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି କେନ୍ଦୁଝର ଫାଷ୍ଟଟ୍ରାକ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତକୁ ଧାରା ୩୭୬(୨)(ଏନ), ୩୬୬ ଏବଂ ଧାରା ୬ ପୋକ୍ସୋ ଆକ୍ଟ ଅନୁସାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ,୩୦ ହଜାର ଜରିମାନା ଦେବାପାଇଁ ନିର୍ଦେଶ ଦେଇଛନ୍ତି। ଯଦି ଜରିମାନା ଅନାଦେୟ ହେବ, ତେବେ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହିତ ପିଡିତାଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ଆଦେଶରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁ ଫାଷ୍ଟଟ୍ରାକ କୋର୍ଟର ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking