30.1 C
Bhubaneswar
Friday, April 26, 2024
Homeଅପରାଧନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ବୃଦ୍ଧଙ୍କୁ ୧୦ବର୍ଷ କାରାଦଣ୍ଡ ଆଦେଶ

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ବୃଦ୍ଧଙ୍କୁ ୧୦ବର୍ଷ କାରାଦଣ୍ଡ ଆଦେଶ

ପାରଳାଖେମୁଣ୍ଡି : ନାବାଳିକା ଦୁଷ୍କର୍ମ ମାମଲାରେ ପାରଳାଖେମୁଣ୍ଡି ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅରୁଣ ସାହୁ ଜଣେ ବୃଦ୍ଧଙ୍କୁ ୧୦ବର୍ଷ କାରାଦଣ୍ଡ ଓ ୧୦ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ୬ମାସ କାରାଦଣ୍ଡ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁଯାୟୀ, ଯେ ଗତ ୨୦୧୯ ମସିହା ମାର୍ଚ୍ଚ ୧୦ ତାରିଖରେ ଜଣେ ୭ବର୍ଷର ନାବାଳିକାକୁ ଜଣେ ୭୦ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ହୋଇଥିଲା । ଘଟଣାକୁ ନେଇ ଅଭିଯୁକ୍ତ ବାରିକ ପ୍ରଧାନ (୭୦)ଙ୍କୁ ଗିରଫ କରାଯାଇଥିଲା । ଉକ୍ତ ମାମଲାଟି ପାରଳାଖେମୁଣ୍ଡିସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଜି.ଆର୍. ରେ ମାମଲାଟି ଶୁଣାଣି ଚାଲୁ ରହିଥିଲା । ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ ଏହି ମାମଲାର ଶୁଣାଣି କରି ସୋମବାର ଅଭିଯୁକ୍ତଙ୍କୁ ୧୦ବର୍ଷ ଦଣ୍ଡବିଧାନ ପାଇଁ ରାୟ ଶୁଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking