28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଏକାସାଙ୍ଗରେ ଆକାଉଣ୍ଟକୁ ଆସିଗଲା ୨୮୬ ମାସର ଦରମା, ଆଉ ତାପରେ ଫେରାର ହେଲେ କର୍ମଚାରୀ

ଏକାସାଙ୍ଗରେ ଆକାଉଣ୍ଟକୁ ଆସିଗଲା ୨୮୬ ମାସର ଦରମା, ଆଉ ତାପରେ ଫେରାର ହେଲେ କର୍ମଚାରୀ

ଚିଲି: ଚାକିରି ଖଣ୍ଡେ ପାଇବା ପାଇଁ ଲୋକମାନେ କଠିନ ପରିଶ୍ରମ କରନ୍ତି, ଚାକିରି କରୁଥିବା ବ୍ୟକ୍ତିମାନେ ମଧ୍ୟ ସେମାନଙ୍କର କାର୍ଯ୍ୟ ଠିକ ଭାବରେ ସମାପ୍ତ କରି ମାସ ଶେଷକୁ ଦରମା ପାଇବା ଆଶାରେ ଥାଆନ୍ତି | କିନ୍ତୁ କଳ୍ପନା କରନ୍ତୁ ଯେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ମାସକର ଦରମା ବଦଳରେ ଯଦି ୨୮୬ ମାସର ଦରମା ଏକାସାଙ୍ଗରେ ଆସିଯାଏ, ତେବେ କର୍ମଚାରୀ ଜଣକ ନିଶ୍ଚିତ ଚକିତ ହୋଇଯିବେ | ବାସ୍ତବରେ ଏହି ଘଟଣା ଚିଲିରୁ ଆସିଛି | ରିପୋର୍ଟ ଅନୁଯାୟୀ, ଗତ ମାସରେ ଏକ ଚିଲିର ଏକ କମ୍ପାନିର ଜଣେ କର୍ମଚାରୀଙ୍କ ଆକାଉଣ୍ଟକୁ ୨୮୬ ମାସର ଦରମା ଭୁଲବଶତଃ ଆସିଯାଇଥିଲା | ଯେତେବେଳେ ବ୍ୟକ୍ତି ଜଣକ ତାଙ୍କ ଆକାଉଣ୍ଟକୁ ଯାଞ୍ଚ କଲେ, ସେ ଏହାକୁ ବିଶ୍ୱାସ କରିପାରିଲେ ନାହିଁ | କିନ୍ତୁ ଯେତେବେଳେ ସେ ତାଙ୍କ ବେତନରେ ୨୮୬ ଗୁଣ ଅଧିକ ଆସିଥିବାର ଜାଣିପାରିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଖବର ଅନୁଯାୟୀ କମ୍ପାନି ତାଙ୍କୁ ବେତନ ହିସାବରେ ପାଖାପାଖି . କୋଟି ଟଙ୍କା ପଠାଇଥିଲା। ଯେତେବେଳେ କମ୍ପାନିର ରେକର୍ଡଗୁଡିକ ଯାଞ୍ଚ କରାଯାଇଥିଲା ସେତେବେଳେ ଏହି ଭୁଲଟି ସାମ୍ନାକୁ ଆସିଥିଲା | ଅନ୍ୟପକ୍ଷରେ, କମ୍ପାନି କର୍ତୃପକ୍ଷ ବିଷୟରେ ଜାଣିବା ମାତ୍ରେ ଭୁଲ ବୁଝିପାରିଥିଲେ | କମ୍ପାନି କର୍ତୃପକ୍ଷ ସେହି କର୍ମଚାରୀଙ୍କ ସହ ଯୋଗାଯୋଗ କରି କାର୍ଯ୍ୟାଳୟକୁ ଡକାଇଥିଲେ ଯେତେବେଳେ କର୍ମଚାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ କୁହାଗଲା, ସେ କମ୍ପାନିକୁ ପ୍ରତିଶୃତି ଦେଇଥିଲେ ଯେ ସେ ଶୀଘ୍ର ଟଙ୍କା ଫେରସ୍ତ କରିବେ ସେ ଟଙ୍କା ଫେରସ୍ତ କରିବାକୁ ରାଜି ହୋଇଥିଲେ କିନ୍ତୁ ବୋଧହୁଏ ତାଙ୍କୁ ଏତେ ଲୋଭ ଆସିଯାଇଥିଲା ଯେ ସେ କମ୍ପାନିରୁ ଇସ୍ତଫା ଦେଇ ଫେରାର ହୋଇଯାଇଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking