38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଶବକୁ ଗାଁ ଦାଣ୍ଡରୁ ଉଠାଇଲେ ନାହିଁ ଗ୍ରାମବାସୀ

ଶବକୁ ଗାଁ ଦାଣ୍ଡରୁ ଉଠାଇଲେ ନାହିଁ ଗ୍ରାମବାସୀ

ଭୁବନେଶ୍ୱର: ସମାଜରୁ ହଜିଗଲା ମାନବିକତା । ଶବକୁ ଗାଁ ଦାଣ୍ଡରୁ ଉଠାଇଲେ ନାହିଁ ଗ୍ରାମବାସୀ, ଫଳରେ ୮ ଘଣ୍ଟା ଧରି ଗାଁ ଦାଣ୍ଡରେ ପଡିରହିଲା ଶବ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକର ଗୌଡିଆ ପଡା ଗ୍ରାମରେ । ସୂଚନା ଅନୁସାରେ, ଏହି ହୃଦୟ ବିଦାରକ ହତ୍ୟାକାଣ୍ଡ କେଉଁ କାରଣରୁ ହୋଇଛି ତାହା ଜଣାପଡିନଥିବା ବେଳେ ମୃତକ ଅଶୋକ ପରିଡାଙ୍କ ସ୍ତ୍ରୀ କହିବାନୁସାରେ, ଘରେ ଥିବା ଅବସ୍ଥାରେ ତାଙ୍କ ସାନ ଦିଅର ଏବଂ ନଣନ୍ଦ ମିଶି ଅଶୋକ ପରିଡାଙ୍କୁ ବାଡେଇ ବାଡେଇ ରକ୍ତ ଜୁଡୁବୁଡୁ କରିଦେଇଥିଲେ । ଦାର୍ଘ ୮ ଘଣ୍ଟା ଧରି ଗାଁ ଦାଣ୍ଡରେ ଅଶୋକଙ୍କ ଶବ ପଡିରହିଥିଲେ ମଧ୍ୟ କେହି ବି ଗ୍ରାମବାସୀ ଶବ ଉଠାଇ ନଥିଲେ । ଅଶୋକଙ୍କ ସ୍ତ୍ରୀ ରୋଜାଲିନ ପରିଡା ତାଙ୍କ ବାପ ଘରେ ଥିଲେ । ଖବର ପାଇ ଆଅସି ସ୍ୱାମୀଙ୍କର ଏପରି ଅବସ୍ଥା ଦେଖି ନେଇ ମୃତକଙ୍କ ସ୍ତ୍ରୀ ରୋଜି ପରିଡା ରାଜସୁନାଖଳା ଫାଣ୍ଡିରେ ଏତଲା ଦେଇଥିଲେ । ସୁନଖଳା ପୋଲିସ ଘଟମାସ୍ଥଳରେ ପହଂଚି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking