39.1 C
Bhubaneswar
Friday, April 26, 2024
Homeଆଇପିଏଲ୍ -2022ମୁମ୍ବାଇ ବିପକ୍ଷରେ ମ୍ୟାଚ ହାରିବା ସହ ଚେନ୍ନାଇର ପ୍ଲେଅଫ ସ୍ୱପ୍ନ ଧୂଳିସାତ

ମୁମ୍ବାଇ ବିପକ୍ଷରେ ମ୍ୟାଚ ହାରିବା ସହ ଚେନ୍ନାଇର ପ୍ଲେଅଫ ସ୍ୱପ୍ନ ଧୂଳିସାତ

ମୁମ୍ବାଇ: ମୁମ୍ବାଇ ବିପକ୍ଷରେ ମ୍ୟାଚ ହାରିବା ସହ ଚେନ୍ନାଇର ପ୍ଲେଅଫ ସ୍ୱପ୍ନ ଧୂଳିସାତ ହୋଇଯାଇଛି । କ୍ୱାଲିଫାଏ କରିବା ପାଇଁ ଯେଉଁ ଟିକିଏ ଆଶା ଥିଲା ତାହା ମଧ୍ୟ ଏହି ପରାଜୟ ସହିତ ମାଟିରେ ମିଶି ଯାଇଛି । ବ୍ୟାଟିଂ ବିପର୍ଯ୍ୟରେ ମାତ୍ର ୯୮ ରନର ଟାର୍ଗେଟ ଦେଇ ପାରିଥିଲା ଚେନ୍ନାଇ । ଯାହାକୁ ଅତି ସହଜରେ ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଏହି ପରାଜୟରେ ଚେନ୍ନାଇ ପାଇଁ ସବୁଠୁ ବଡ ଖଳନାୟକ ପାଲଟିଥିଲା ଯାନ୍ତ୍ରିକ ତ୍ରୁଟି ।
ମାତ୍ର ୯୮ ରନର ଲକ୍ଷ୍ୟ ନେଇ ମୁମ୍ବାଇର ପାଳି ଆରମ୍ଭ କରିଥିଲେ ଇଶାନ କିଶାନ ଏବଂ ରୋହିତ ଶର୍ମା । କିନ୍ତୁ ପଞ୍ଚମ ବଲରେ ହିଁ ମୁକେଶ ଚୌଧୂରୀଙ୍କ ବଲରେ ପାଭିଲିୟନ ଇଶାନଙ୍କୁ ଫେରିବାକୁ ପଡିଥିଲା । ଏହାପରେ ସିମରଜିତ ସିଂହ ମଧ୍ୟ ନିଜର ଦ୍ୱିତୀୟ ଓଭରରେ ଦଳକୁ ରୋହିତ ଶର୍ମାଙ୍କ ୱିକେଟ ଉପହାର ଦେଇଥିଲେ । ପୁଣି ପଞ୍ଚମ ଓଭରରେ ୨ଟି ସଫଳତା ପାଇଥିଲେ ମୁକେଶ ।

କିନ୍ତୁ ପାୱାର ପ୍ଲେ ପରେ ମୁମ୍ବାଇର ତିଲକ ବର୍ମା ଏବଂ ହ୍ରିତିକ ଶୌକିନ ଦଳକୁ ବିଜୟ ପଥରେ ଆଗେଇ ନେଇଥିଲେ । ଏହାପରେ ବିଳମ୍ବରେ ହେଲେ ବି ୧୩ ତମ ଓଭରରେ ମୋଇନ ଅଲୀଙ୍କୁ ମିଳିଥିଲା ହ୍ରିତିକଙ୍କ ୱିକେଟ । ତେବେ ସେତେବେଳକୁ ମୁମ୍ବାଇ ଏହି ମ୍ୟାଚରେ ଖୁବ ଆଗକୁ ପହଞ୍ଚି ସାରିଥିଲା । ତେବେ ଶେଷ ପର୍ଯ୍ୟନ୍ତ ରହି ମ୍ୟାଚରେ ବିଜୟ କାହାଣୀ ଲେଖିଛନ୍ତି ତିଲକ ବର୍ମା । ୩୨ ବଲରୁ ୩୪ ରନ କରି ଦଳକୁ ବିଜୟ ମୁକୁଟ ପିନ୍ଧାଇଛନ୍ତି ତିଲକ । ଫଳରେ ଏହି ମ୍ୟାଚରେ ୫ ୱିକେଟରେ ବିଜୟ ହାସଲ କରି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ ।

ଅନ୍ୟପକ୍ଷରେ ଚେନ୍ନାଇ ଏହି ମ୍ୟାଚ ସହ ପ୍ଲେଅଫ ସ୍ୱପ୍ନ ମଧ୍ୟ ହରାଇ ଦେଇଛି । ତେବେ ଓପନର ଡେଭନ କନୱେଙ୍କ ୱିକେଟ ଦଳର ମନୋବଳ ଭାଙ୍ଗି ଦେଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭୁଲ ନିଷ୍ପତ୍ତିର ଶିକାର ହୋଇ ଆଉଟ ହୋଇଥିଲେ କନୱେ । ଯାହାପରେ ଏକ ବଡ ସ୍କୋର କରିବା ଚେନ୍ନାଇ ପାଇଁ ଅସମ୍ଭବ ହୋଇପଡିଥିଲା । ଚେନ୍ନାଇ ପକ୍ଷରୁ ସଫଳ ବୋଲର ପାଲଟିଛନ୍ତି ମୁକେଶ ଚୌଧୂରୀ । ମାତ୍ର ୨୩ ରନ ଦେଇ ୩ଟି ସଫଳତା ନିଜ ନାମରେ କରିଛନ୍ତି ମୁକେଶ । ତାଙ୍କ ବ୍ୟତୀତ ସିମରଜିତ ସିଂହ ଏବଂ ମୋଇନ ଅଲୀ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ତେବେ ଡ୍ୱେନ ବ୍ରାଭୋ, ମହୀଷ ତୀକ୍ଷଣା ଏହି ମ୍ୟାଚରେ ୱିକେଟଶୂନ୍ୟ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking