26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶହେଲିକପ୍ଟର ଦୁର୍ଘଟଣା, ୨ ପାଇଲଟ ମୃତ

ହେଲିକପ୍ଟର ଦୁର୍ଘଟଣା, ୨ ପାଇଲଟ ମୃତ

ରାୟପୁର : ଛତିଶଗଡ଼ର ରାଜଧାନୀ ରାୟପୁର ଏୟାରପୋର୍ଟରେ ଆଜି ଏକ ହେଲିକପ୍ଟର ଦୁର୍ଘଟଣା ହୋଇଛି । ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଏହି ହେଲିକାପ୍ଟରଟି ଛତିଶଗଡ଼ ସରକାରଙ୍କ ଏକ ହେଲିକପ୍ଟର ଥିଲା । ଲାଣ୍ଡିଂ ବେଳେ ଏହି ଦୁର୍ଘଟଣା ଘଟିଥିଲା । ମୃତ ପାଇଲଟ ଦୁଇଜଣ ହେଉଛନ୍ତି କ୍ୟାପଟେନ ପଣ୍ଡା ଓ କ୍ୟାପଟେନ ଶ୍ରୀବାସ୍ତବ । ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଟୁଇଟ କରି ଏହି ଦୁର୍ଘଟଣା ସଂପର୍କରେ ସୂଚନା ଦେବା ସହ ମୃତ ଦୁଇ ପାଇଲଟଙ୍କ ପରିବାର ପ୍ରତି ସମବେଦନା ପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking