28.1 C
Bhubaneswar
Saturday, April 27, 2024
Homeଅପରାଧପୁଣି ଲଜ୍ଜା : ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ପୁଣି ଲଜ୍ଜା : ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଝାରସୁଗୁଡା : ଝାରସୁଗୁଡ଼ା ସାରବାହାଲରେ ଜଣେ ୯ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଝାରସୁଗୁଡ଼ା ପୁଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ସରବାହାଲ ଜଗନ୍ନାଥ ମନ୍ଦିର ନିକଟସ୍ଥ ଏକ ଭଡ଼ାଘରେ ରହି ବେଦାନ୍ତର ଏକ ଠିକା ସଂସ୍ଥାରେ କାମ କରୁଥିବା ଅରବିନ୍ଦ ପାଣ୍ଡେ (୫୩) ବୋଲି ପୁଲିସ ସୂଚନା ଦେଇଛି ।
ସୂଚନା ଅନୁଯାୟୀ, ଅରବିନ୍ଦର ସ୍ତ୍ରୀ ଲକଡାଉନ୍ ପାଇଁ ରାଜ୍ୟବାହାରେ ରହିଯାଉଥିବାରୁ ସେ ଝାରସୁଗୁଡାରେ ଘରେ ଏକା ରହୁଥିଲା । ଏହାର ସୁଯୋଗ ନେଇ ସେ ଗତ ଶନିବାର ସକାଳେ ପଡ଼ିଶାରେ ରହୁଥିବା ଜଣେ ୯ବର୍ଷର ଶିଶୁକୁ ଲସି ପିଇବାକୁ ଦେବାର ପ୍ରଲୋଭନ ଦେଇ ଘର ଭିତରକୁ ଡାକି ଦୁଷ୍କର୍ମ କରିଥିଲା । ଏହାସହ ଏ ବିଷୟରେ କାହାକୁ କିଛି କହିଲେ ମାରିଦେବାକୁ ଧମକ ଦେଇ ନାବାଳିକାକୁ ଛାଡ଼ି ଦେଇଥିଲା । ନାବାଳିକା ଜଣକ କାନ୍ଦିକାନ୍ଦି ନିଜ ମା’କୁ ସବୁ ଜଣାଇବାପରେ ମହିଳା ଜଣକ ଝାରସୁଗୁଡ଼ା ଟାଉନଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ । ଝାରସୁଗୁଡ଼ା ପୁଲିସ୍ ଏକ ମାମଲା ରୁଜୁ କରି ନାବାଳିକାର ଡାକ୍ତରୀମାଇନା କରିବାସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ଏହି ଘଟଣାକୁ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ପାଇଁ ଏକ ଲଜ୍ଜାଜନକ ବିଷୟ ବୋଲି କହି ଅଭିଯୁକ୍ତକୁ କଠୋର ଦଣ୍ଡ ଦିଆଯାଉ ବୋଲି କହିଛି ।
ଅନ୍ୟପଟେ ଗତକାଲି ସୁନ୍ଦରଗଡ଼ର ଜଣେ ମହିଳାଙ୍କୁ ଝାରସୁଗୁଡାରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଅଟକ ରଖିଛି । ଅଭିଯୋଗ ଅନୁଯାୟୀ, ସୋମବାର ସୁନ୍ଦରଗଡ଼ରୁ ନିଜ ପୁଅର ସାଙ୍ଗକୁ ଦେଖା କରିବାପାଇଁ ଜଣେ ମହିଳା ଝାରୁସୁଗୁଡ଼ା ଆସିଥିଲେ । ହେଲେ ସେ ଘରେ ନଥିବାରୁ ମହିଳା ଜଣକ ସନ୍ଧ୍ୟାରେ ଝାରସୁଗୁଡା ବସ୍ ଷ୍ଟାଣ୍ଡରେ ଥିବା ଜଣେ ଅଟୋବାଲାକୁ ତାଙ୍କୁ ସୁନ୍ଦରଗଡ଼ରେ ଛାଡ଼ି ଦେବା ପାଇଁ କହିଥିଲେ । ଅଟୋବାଲା ଜଣକ ମହିଳାଙ୍କୁ ସୁନ୍ଦରଗଡ ଏବେ ସନ୍ଧ୍ୟାରେ ଯାଅ ନାହିଁ ବୋଲି କହିଥିଲେ । ମୁଁ ତୁମକୁ ଏକ ନିରାପଦ ସ୍ଥାନରେ ରଖାଇ ଦେବି ଏବଂ କାଲି ସକାଳୁ ତୁମେ ଚାଲିଯିବ ବୋଲି କହିଥିଲା । ମହିଳା ଜଣକ ଏଥିରେ ରାଜି ହେବା ପରେ ଅଟୋବାଲା ଜଣକ ତାଙ୍କୁ ନେଇ ବେହେରାମାଲସ୍ଥିତ ଏକ ଘରେ ଛାଡିଥିଲା । ସେଠାରେ ଅଟୋବାଲାର ସାଙ୍ଗ ମହିଳାଙ୍କୁ ଦୁଷ୍କର୍ମ କରିବାସହ ରାତିରେ ବାହାରପଟରୁ ଘର ବନ୍ଦ କରି ଫେରାର ହୋଇଯାଇଥିଲା । ମହିଳା ଜଣକ କବାଟ ବାଡେଇବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ôଚ ତାଙ୍କୁ ଉଦ୍ଧାର କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking