30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଡାକ୍ତର କରୁଥିଲେ ରେମଡେସିବିରର କଳାବଜାରୀ, ୪ ଗିରଫ

ଡାକ୍ତର କରୁଥିଲେ ରେମଡେସିବିରର କଳାବଜାରୀ, ୪ ଗିରଫ

ଉତ୍ତରପ୍ରଦେଶ : କୋରନା ଭାଇରସ ମହାମାରୀ ର ଜୀବନ ରକ୍ଷକ ମେଡିସିନ ଗୁଡିକର କଳାବଜାରୀ ବଢିଯାଇଛି । ସରକାରଙ୍କ ତରଫରୁ କରାଯାଉଥିବା ଦାବି ପରେ ମଧ୍ୟ ରେମଡେସିବିର ଇଞ୍ଜେକସନ ର କଳାବଜାରୀ ଥମିବାର ନାଁ ଧରୁନାହିଁ । ବିଗତ ଦିନ ମାନଙ୍କରେ କାନପୁର ସହରରେ ୨୬୫ ବାଏଲ ଇଞ୍ଜେକସନ ସହିତ ୩ ଜଣ ଆରୋପୀ ଗିରଫ ହୋଇଥିଲେ । ଏବେ ଲକ୍ଷେ୍ନା ପୋଲିସ ୩୪ ବାଏଲ ଇଞ୍ଜେକସନ ସହିତ ୨ ଜଣ ଡାକ୍ତରଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ଲକ୍ଷେ୍ନା ପୋଲିସ ଠାକୁରଗଞ୍ଜ ଅଞ୍ଚଳରେ କଳାବଜାରୀ କରୁଥିବା ୪ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୪ଜଣଙ୍କ ମଧ୍ୟରୁ ୨ ଜଣ ଡାକ୍ତର ସାମିଲ ଅଛନ୍ତି । ଉନା୍ନଓ ର ବାସିନ୍ଦା ବିପିନ କୁମାର ଓ ଲକ୍ଷେ୍ନାର ଡାକ୍ତର ଅତହର,ଗୋଣ୍ଡାର ଡାକ୍ତର ସମ୍ରାଟ ପାଣ୍ଡେ ଓ ଆମେଠିର ହାକ୍ତର ତହଜୀବ ଉଲ ହସନଙ୍କ ପାଖରୁ ପୋଲିସ ୩୪ ବାଏଲ ଓ ୪ ଲକ୍ଷ ୬୯ ହଜାର ଟଙ୍କା ଜବତ କରିଛି । ଏହି ସମସ୍ତ ଆରୋପୀ ଲକ୍ଷେ୍ନାର ଠାକୁରଗଞ୍ଜ ଅଞ୍ଚଳରେ ଅଲଗା ଅଲଗା ଘରେ ରହୁଥିଲେ ।

ଏହି କଳାବାଜରୀର ମୁଖ୍ୟ ନେଟୱର୍କ କାନପୁର ଠାରୁ ହେଉଛି ବୋଲି ଜଣାପଡିଛି । ପୋଲିସ ଏବେ ଏହି କନେକସନର ତଦନ୍ତ କରିବା ସହ ଆରୋପୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking