39.1 C
Bhubaneswar
Friday, April 26, 2024
Homeଓଡିଶାଜଟଣୀ କଲେଜରେ ଉତ୍ତେଜନା : ଅଧ୍ୟକ୍ଷଙ୍କୁ ତାଲା ପକାଇଲେ ଛାତ୍ରଛାତ୍ରୀ

ଜଟଣୀ କଲେଜରେ ଉତ୍ତେଜନା : ଅଧ୍ୟକ୍ଷଙ୍କୁ ତାଲା ପକାଇଲେ ଛାତ୍ରଛାତ୍ରୀ

ଜଟଣୀ : ଜଟଣୀ କଲେଜରେ ପୁଣି ଦେଖାଦେଇଛି ଛାତ୍ର ଅଶାନ୍ତି । ଛାତ୍ରଛାତ୍ରୀଙ୍କଠାରୁ ବାର୍ଷିକୋତ୍ସବ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଟଙ୍କା ନିଆଯାଉଥିଲେ ହେଁ ଦୀର୍ଘ ୪ବର୍ଷ ହେବ କଲେଜରେ କୌଣସି ଉତ୍ସବ ବା କାର୍ଯ୍ୟକ୍ରମର ଆୟୋଜନ କରାଯାଉନାହିଁ । ଏହାକୁ ନେଇ ଛାତ୍ରଛାତ୍ରୀ ପ୍ରଶ୍ନ ଉଠାଇବାରୁ ସେମାନଙ୍କ ଭବିଷ୍ୟତକୁ ନେଇ ଚାପ ପ୍ରୟୋଗ କରାଯାଉଥିବା ଅଭିଯୋଗ ହୋଇଛି । ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୋମବାର କେତେଜଣ ଛାତ୍ର କଲେଜ ପରିସରରେ ଅଧ୍ୟକ୍ଷଙ୍କୁ କାର୍ଯ୍ୟାଳୟ ମଧ୍ୟରେ ଭର୍ତ୍ତିକରି ତାଲା ପକାଇ ଦେଇଥିଲେ । ପ୍ରତି ବିଦ୍ୟାର୍ଥୀଙ୍କ ପିଛା କଲେଜ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ୧୫ ଟଙ୍କା ଲେଖାଏଁ ନେଉଥିବାବେଳେ ଏହି ବାବଦରେ ପ୍ରତିବର୍ଷ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ ହେଉଛି । ଅଥଚ କଲେଜରେ ବାର୍ଷିକୋତ୍ସବ କରାଯାଉନାହିଁ ବୋଲି ଛାତ୍ରମାନେ ପ୍ରତିକ୍ରିୟାରେ କହିଛନ୍ତି ।
ସୂଚନା ଅନୁଯାୟୀ, ଚଳିତବର୍ଷ ବାର୍ଷିକୋତ୍ସବ ପାଇଁ ଜାନୁୟାରୀ ୧୧ ତାରିଖକୁ ଧାର୍ଯ୍ୟ କରାଯାଇଥିବାବେଳେ ଏହାକୁ କନ୍‌ଫରେନ୍ସ ହଲ୍‌ରେ ଆୟୋଜନ କରିବାକୁ ମ୍ୟାନେଜମେଣ୍ଟ କମିଟି ସିଦ୍ଧାନ୍ତ ନେବାପରେ ଛାତ୍ରଛାତ୍ରୀ ଏହାର ବିରୋଧ କରିଥିଲେ । ଏ ସମ୍ପର୍କରେ କିଛିଛାତ୍ରଙ୍କ ଅଭିଭାବକଙ୍କୁ କଲେଜ କର୍ତ୍ତୃପକ୍ଷ ଜଣାଇଥିଲେ । ଛାତ୍ରଛାତ୍ରୀଙ୍କ ପ୍ରତି କଲେଜ କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ ଯୋଗୁଁ ବାରମ୍ବାର ପ୍ରତିବାଦ କରିବା ପାଇଁ ବାଧ୍ୟ ହେଉଛୁ ବୋଲି ଛାତ୍ରଛାତ୍ରୀ କହିଥିଲେ । ଦୀର୍ଘ ସମୟ ଅଧ୍ୟକ୍ଷଙ୍କୁ ଚାବି ପକାଇ ରଖିବା ପରେ କେତେଜଣ ଅଧ୍ୟାପକ ଆସି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ସହ ଅଧ୍ୟକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାବି ଖୋଲାଯାଇଥିଲା । ଏହି ସମୟରେ ଜଟଣୀ ଥାନା ପୁଲିସ ପହଞ୍ôଚ ଘଟଣା ସଂକ୍ରାନ୍ତରେ ବୁଝିବା ପରେ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲା । ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇ ସିଦ୍ଧାନ୍ତ ନିଆଯିବ ବୋଲି କଲେଜ କର୍ତ୍ତୃପକ୍ଷ ପୁଲିସକୁ ସୂଚନା ଦେଇଥିଲେ । ମାତ୍ର ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ସେମାନଙ୍କ ହକ୍ ପାଇଁ ଜିଦ୍‌ରେ ଅଡି ବସିଥିଲେ । ତେବେ ଯଥାଶୀଘ୍ର ଘଟଣାର ସମାଧାନ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜକୁ ଚାବି ପକାଇଦିଆଯିବ ବୋଲି ଛାତ୍ରଛାତ୍ରୀ ସେମାନଙ୍କ ପ୍ରତିକ୍ରିୟାରେ କହିଥିଲେ । ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking