You are here
Home > ଇଣ୍ଡିଆ (Page 2)

ପାଣି ପାଇଁ ହିଂସାକାଣ୍ଡ : ୨ ମୃତ୍ୟୁ , ୧00 ଆହତ

ଔରଙ୍ଗାବାଦ୍‌। : ପାଣି ପାଇଁ ହିଂସାକାଣ୍ଡ । ମହାରାଷ୍ଟ୍ର ଔରଙ୍ଗାବାଦରେ ଗୋଷ୍ଠୀ ସଂଘର୍ଷରୁ ଭୟାବହ ସ୍ଥିତି ଉପୁଜିଛି । ଗୁଳି ମାଡରେ ୨ ଜଣ ଯୁବକଙ୍କ  ମୃତ୍ୟୁ ହୋଇଥିବା ବେଳେ  ୧00 ଜଣ ଆହତ ହୋଇଛନ୍ତି ।ଔରଙ୍ଗାବଦା ଜିଲ୍ଲାର  କିଛି ସ୍ଥାନରେ  ୧୪୪ ଧାରା ଲାଗୁ କରାଯାଇଛି । ଶୁକ୍ରବାର ଦିନ ମୋତିକରଞ୍ଜ ଅଞ୍ଚଳରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର କିଛି ଘରକୁ ବେଆଇନ ପାଣି ସଂଯୋଗରୁ ଆରମ୍ଭ ହୋଇଥିଲା ବିବାଦ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ : ଆଜି ମତଦାନ 

ବାଙ୍ଗାଲୁର  : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆଜି ସକାଳୁ ଆରମ୍ଭ ହୋଇଯାଇଛି ମତଦାନ । ଭୋଟରମାନେ ସେମାନଙ୍କର ମତଦାନ ସାବ୍ୟସ୍ତ ପାଇଁ ଲମ୍ବା ଧାଡ଼ି ବାନ୍ଧିଛନ୍ତି । ରାଜ୍ୟରେ ୫୫,୬୦୦ରୁ ଅଧିକ ମତଦାନ କେନ୍ଦ୍ର ସ୍ଥାପନା କରାଯାଇଛି । ୩.୫ ଲକ୍ଷରୁ ଊଦ୍ଧ୍ୱର୍ କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଯାଇଛି । ରାଜ୍ୟରେ ୪.୮୮ କୋଟିରୁ ଅଧିକ ମତଦାନା ୨୬୦୦ରୁ ଅଧିକ ଅଶାୟୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରିବେ । ଭାରତୀୟ ଜନତା

ସରିଲା ପ୍ରଚାର : ୧୨ରେ କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟିଂ

କର୍ଣ୍ଣାଟକ : ଶେଷ ଦିନରେ କର୍ଣ୍ଣାଟକରେ ହାଇ ଡେସିବେଲ୍ ପ୍ରଚାର । ୧୨ ତାରିଖରେ ଭୋଟିଂ ହେବାକୁ ଯାଉଥିବା ବେଳେ ଆଜି ସନ୍ଧ୍ୟାରେ ସରିଛି ପ୍ରଚାର । ତେବେ ଶେଷ ମୁହୁର୍ତ୍ତରେ ବିଜେପି ଓ କଂଗ୍ରେସ କରିଛନ୍ତି ପ୍ରତିନ୍ଦ୍ବନ୍ଦିତାମୂଳକ କ୍ୟାମ୍ପେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଆକ୍ଷେପ-ପ୍ରତି ଆକ୍ଷେପ ବି ବେଶ୍ ଜୋର୍ ହୋଇଛି ପ୍ରଚାରର ଶେଷ ଦିନରେ । ୧୨ ତାରିଖରେ

ମୁଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏବେ ସବୁ ରାଜନୀତି ଦଳର ନେତା ଜୋରସୋରରେ କରୁଛନ୍ତି ପ୍ରଚାର। ନିର୍ବାଚନୀ ରାଲିରେ କଂଗ୍ରସ ଓ ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି। ଏହି ସମୟରେ କଂଗ୍ରେସ ପାଇଁ  କର୍ଣ୍ଣାଟକରେ ତୋଫାନୀ ନିର୍ବାଚନୀ ରାଲି

ମହାଭିଯୋଗ ମାମଲାରେ ଲାଗିଲା ଫୁଲ୍ ଷ୍ଟପ୍ : ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପ୍ରତ୍ୟାହୃତ, ଖାରଜ । ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି ପୂର୍ବରୁ ହାଇ ଅକ୍ଟେନ୍ ଯୁକ୍ତିତର୍କ ପରେ ମହାଭିଯୋଗ ପ୍ରତ୍ୟାହାର କରି ନେଇଛନ୍ତି ବରିଷ୍ଠ ଓକିଲ ତଥା କଂଗ୍ରେସ ନେତା କପିଲ ସିବଲ୍ । ଆଉ ସଙ୍ଗେ ସଙ୍ଗେ ମାମଲାରୁ ଖାରଜ କରି ଦେଇଛନ୍ତି ସାମ୍ବିଧାନିକ ଖଣ୍ଡପୀଠ । ଶୁଣାଣି ପୂର୍ବରୁ ହାଇ ଅକ୍ଟେନ୍ ଯୁକ୍ତିତର୍କରେ ମହାଭିଯୋଗ ମାମଲାରେ ଲାଗିଲା ଫୁଲ୍ ଷ୍ଟପ୍ ।

ଆଫଗାନିସ୍ତାନରେ ୬ ଭାରତୀୟଙ୍କୁ ଅପହରଣ, ଅଜଣା ବନ୍ଧୁକଧାରୀ ଉଠାଇନେଲେ

ଆଫଗାନିସ୍ତାନ : ଆଫଗାନିସ୍ତାନରେ ୬ ଭାରତୀୟଙ୍କୁ ଅପହରଣ । ଅଜଣା ବନ୍ଧୁକଧାରୀ ୬ଭାରତୀୟଙ୍କ ସହ ଜଣେ ଆଫଗାନ ନାଗରିକଙ୍କୁ ବାଗଲନ ପ୍ରଦେଶରୁ ଅପହରଣ କରି ନେଇଛନ୍ତି । ଅପହୃତମାନେ ସମସ୍ତେ କେଇସି ନାମକ ଏକ କଂପାନୀର କର୍ମଚାରୀ । କଂପାନୀର ଇଲେକ୍ଟ୍ରିସିଟି ସବ୍‌ ଷ୍ଟେସନ୍ କାମରେ ଏହି କର୍ମଚାରୀମାନେ ନିୟୋଜିତ ଥିଲେ । କଂପାନୀ କାମରେ ସେହି ଅଞ୍ଚଳକୁ ଯାଇଥିବା ବେଳେ ସେମାନଙ୍କୁ ବନ୍ଧୁକମୁନରେ ଅପହରଣ କରାଯାଇଛି ।

ଭିଡିଓ ‘ତୋରି ସୁରତ’ ଲାଗି କ୍ଷୁବ୍ଧ ସୁଫି ଫାଉଣ୍ଡେସନ, ଗାୟିକା ସୋନା ମହାପାତ୍ରଙ୍କୁ ଧମକ

ଭୁବନେଶ୍ବର : ଗାୟିକା ସୋନା ମହାପାତ୍ରଙ୍କୁ ଧମକ । ମଦରିୟା ସୁଫି ଫାଉଣ୍ଡେସନ୍ ଧମକ ଦେଇଥିବା ସୋନା ନିଜେ ଅଭିଯୋଗ କରିଛନ୍ତି । ମୁମ୍ବାଇ ପୋଲିସକୁ ସିରିଜ୍ ଟ୍ବିଟ୍ କରି ଜଣାଇଛନ୍ତି । ସୋନାଙ୍କ ନୂଆ ଭିଡିଓ 'ତୋରି ସୁରତ' ଲାଗି କ୍ଷୁବ୍ଧ ହୋଇଛି ସୁଫି ଫାଉଣ୍ଡେସନ । ଅଭିଯୋଗ ପରେ ସାନ୍ତାକ୍ରୁଜ୍ ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି । ଅମିର ଖୁସ୍ରୁ ଲେଖିଥିବା ଏହି କାଳଜୟୀ ସୁଫି

ଭଗବାନ ବୁଦ୍ଧଙ୍କ ଅଷ୍ଟାଙ୍ଗ ମାର୍ଗ ଅନୁସରଣରେ ଜୀବନର ସମସ୍ୟା ସମାଧାନ ସମ୍ଭବ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀର : ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମଠାରେ ଆଜି ଆୟୋଜିତ ବୁଦ୍ଧ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ସେ ସଂଘ ଦାନ ଅର୍ପଣ କରିଥିଲେ । ସେ ସାରନାଥସ୍ଥିତ Central Institute of Higher Tibetan Studies ଏବଂ ବୋଧ ଗୟାର ସର୍ବଭାରତୀୟ ଭିକ୍ଷୁ ସଂଘକୁ ବୈଶାଖ ସମ୍ମାନ ପ୍ରଶସ୍ତିପତ୍ର ପ୍ରଦାନ କରିଥିଲେ । ଉପସ୍ଥିତ ଜନସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ

ବିହାରରେ ବସ୍ତ୍ରହରଣ: ମଝି ରାସ୍ତାରେ ନାବାଳିକାଙ୍କ ଇଜ୍ଜତ ଲୁଟିଲେ ଦୁର୍ବତ୍ତ,ଭିଡିଓ ଭାଇରାଲ

ବିହାର : ବିହାରରେ ବସ୍ତ୍ରହରଣ । ମଝି ରାସ୍ତାରେ ଜଣେ ନାବାଳିକାଙ୍କୁ ବେଢି ଯାଇଛନ୍ତି କିଛି ରାକ୍ଷସ । ପୁଣି ଭିଡିଓକୁ ବି ଭାଇରାଲ କରିଛନ୍ତି । ଜହାନାବାଦର ଏହି ଦୃଶ୍ୟ ଏତେ ଭୟାନକ ଯେ ଦେଖି ହେବନି । ନାବାଳିକାର ଆକୁଳ ଚିତ୍କାର ଶୁଣିଲେ ମାନବିକତା ଲାଜରେ ମରିଯିବ । ସାମାନ୍ୟ ମଣିଷପଣିଆ ଥିବା ଯେକେହି ଲୋକର ମନରେ ଆସିବ କ୍ରୋଧ । ରାସ୍ତାରେ ଏକୁଟିଆ ପାଇ

କଂଗ୍ରେସର ଜନ ଆକ୍ରୋସର ରାଲିରେ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ : ନିର୍ବାଚନୀ ମୋଡରେ କଂଗ୍ରେସ । ଲୋକଙ୍କ ଭିତରେ ଥିବା ଆକ୍ରୋଶକୁ ନେଇ ରାଜନୀତି । ୨୦୧୯ ସାଧାରଣ ନିର୍ବାଚନକୁ ଆଖିରେ ପାଇଁ ରାମଲୀଲା ମୈଦାନରେ ରାଲି କରିଛି କଂଗ୍ରେସ । ଏଥିରେ କର୍ମୀ ଏବଂ ନେତାଙ୍କ ଭିତରେ ଭରସା ଭରିବା କାମ କରିଛନ୍ତି ରାହୁଲ ଗାନ୍ଧୀ । ଏଥିସହ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଦିଲ୍ଲୀ ରାମଲୀଳା ମଇଦାନରୁ କଂଗ୍ରେସର ୨୦୧୯

ଟ୍ରେନ ମାଡ଼ିଗଲା ସ୍କୁଲ ଭ୍ୟାନକୁ: ୧୩ ସ୍କୁଲ ଛାତ୍ରଛାତ୍ରୀ ମୃତ

କୁଶୀନଗର: ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲା ସଦର ମହକୁମାରେ । ଏକ ଚଳନ୍ତା ଟ୍ରେନକୁ ସ୍କୁଲ ଭ୍ୟାନ ଧକ୍କା ଦେବାରୁ ଏଥିରେ ୧୩ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିବା ସହିତ ୭ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । କିଛି ପିଲାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଡ଼ାକ୍ତରଖାନାକୁ ନିଆଯିବା ବେଳେ ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି । କୁଶୀନଗର ରେଲୱେ ଲେଭଲ୍ କ୍ରସିଂରେ ୨୨

ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର ଧରାପଡ଼ିଲା: ଚେନ୍ନାଇରୁ ଆତଙ୍କବାଦୀ ଗିରଫ

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ଧରାପଡ଼ିଗଲା । ଏଥିରେ ସମ୍ପୃକ୍ତ ଜଣେ ଆତଙ୍କବାଦୀକୁ ଗିରଫ କରିଛି ତାମିଲନାଡୁ ପୋଲିସ । ଏହି ହତ୍ୟା ଷଡ଼ଯନ୍ତ୍ର ଏକ ଅଡ଼ିଓ ଟେପରୁ ଜାଣିପାରି ଇଣ୍ଟେଲିଜେନ୍ସ ବିଭାଗ ଧରପଗଡ଼ କରିଥିଲା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ କରୁଥିଲା ଆତଙ୍କବାଦୀ ମହମ୍ମଦ ରଫିକ । ଅନ୍ୟ ଜଣକଙ୍କ ସହିତ ଫୋନରେ କଥାବାର୍ତ୍ତା ବେଳେ ମୋଦିଙ୍କୁ କିପରି ହତ୍ୟା

ସାମ୍ବାଦିକାଙ୍କ ଗାଲ ଛୁଇଁ ଭୁଲ୍ ମାଗିଲେ ରାଜ୍ୟପାଳ

ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କ ବୟସ ହେଉଛି ୭୮ ବର୍ଷ । ବିନା ଅନୁମତିରେ ଜଣେ ସାମ୍ବାଦିକାଙ୍କ ଗାଲକୁ ଛୁଇଁ ଦେଇଥିବାରୁ ଏହାକୁ ବିରୋଧ କରିଥିଲେ ସାମ୍ବାଦିକା ଜଣକ । ଟ୍ୱିଟ୍ କରି ବିରୋଧ କରିଥିଲେ ସାମ୍ବାଦିକା ଲକ୍ଷ୍ମୀ ସୁବ୍ରମଣିୟାନ । ଏହା ଧିରେ ଧିରେ ବିବାଦୀୟ ହୋଇପଡୁଥିବାରୁ ଶେଷରେ ରାଜ୍ୟପାଳ ମହିଳା ସାମ୍ବାଦିକାଙ୍କୁ କ୍ଷମା ମାଗିଛନ୍ତି । ଏକ ଯୌନମାମଲାରେ ରାଜ୍ୟପାଳଙ୍କ ସମ୍ପୃକ୍ତିକୁ ନେଇ ରାଜ୍ୟପାଳ ଏକ

୧୨ରେ ବିରୋଧୀଙ୍କ ବିପକ୍ଷରେ ଉପବାସ ରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦଳିତଙ୍କ ଉପରେ ଅତ୍ୟାଚାରକୁ ନେଇ ବିଜେପି ବିରୋଧରେ ଗତକାଲି ଉପବାସ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଏପ୍ରିଲ ୧୨ରେ ଗୋଟିଏ ଦିନ ଉପବାସରେ ରହିବେ। ବଜେଟ୍ ଅଧିବେଶନ ବିନା କାମରେ ହଟ୍ଟଗୋଳରେ ଧୋଇ ଯିବା ବିରୋଧରେ ମୋଦୀ ଓ ଶାହା ଏହି ଉପବାସ କରିବେ। ଉଭୟଙ୍କ ସହିତ ସମସ୍ତ ବିଜେପି ସାଂସଦ ମଧ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଲାଗି ୧ମ ସ୍ୱର୍ଣ୍ଣ ଜିତିଲେ ମୀରାବାଇ ଚାନୁ, ରୌପ୍ୟ ଜିତିଲେ ଗୁରୁରାଜ ପୁଜାରୀ

ଗୋଲ୍ଡ଼କୋଷ୍ଟ: ଅଷ୍ଟ୍ରେଲିଆର ସହର ଗୋଲ୍ଡ଼କୋଷ୍ଟରେ ଅନୁଷ୍ଠିତ ହେଉଥିବା ୨୦୧୮ ମସିହାର ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରୋତ୍ତଳନ ବିଭାଗରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣପଦକ । ମହିଳା ଭାରୋତ୍ତଳନକାରୀ ମୀରାବାଇ ଚାନୁ ୪୮ କେଜି ବର୍ଗରେ ୧ମ ସ୍ଥାନ ଦଖଲ କରି ଭାରତ ଲାଗି ପ୍ରଥମ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ସେହିପରି ପୁରୁଷ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି ୱେଟ୍ଲିଫ୍ଟର ଗୁରୁରାଜ ପୁଜାରୀ । ଭାରତ ଆଜି ଏପର୍ଯ୍ୟନ୍ତ

Top