28.9 C
Bhubaneswar
Sunday, May 5, 2024
Homeଓଡିଶାଜୁଇ ମୁହଁରୁ ଫେରାଇ ଆଣିଲେ ମୃତଦେହ

ଜୁଇ ମୁହଁରୁ ଫେରାଇ ଆଣିଲେ ମୃତଦେହ

ମୟୂରଭଞ୍ଜ : ସଜଡା ସରିଥିଲା ଜୁଇ। ଆଉ କିଛି ସମୟ ପରେ ଜୁଇରେ ଶୋଇଥାନ୍ତା ମୃତଦେହ।ହେଲେ ଘର ଲୋକଙ୍କ ହାତରୁ ପାଣି ପିଇଲା ମୃତକ। ଆଉ ମୃତକ ବଂଚିଥିବା କହି ଗୁଣିଆ କରିଲା ଝଡାଫୁଙ୍କା। ଏହାକୁ ଦେଖି ସମସ୍ତେ ତାଜୁବ। ହେଲେ ଡାକ୍ତରଖାନାକୁ ଆଣିବା ପରେ ସେ ମହିଳାଙ୍କର ଅନେକ ସମୟ ପୂର୍ବରୁ ମୃତ୍ୟୁ ହୋଇଥିବା ଡାକ୍ତର କହିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭାଲୁହୁରୁଡ଼ା ଗ୍ରାମରେ। ସ୍ଥାନୀୟ ବାସିନ୍ଦା ସୁହାଗିନୀ ବିନ୍ଧାଣୀ ଗୁରୁତର ହୋଇ ୧୧ ଦିନ ହେବ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଥିବା ଅବସ୍ଥାରେ ଗତକାଲି ମଧ୍ୟରାତ୍ରିରେ ଡାକ୍ତର ମୃତ ଘୋଷଣା କରିଥିଲେ ସୁହାଗିନିକୁ। ଡାକ୍ତରଙ୍କ ମୃତ ଘୋଷଣା ପରେ ପରିବାର ଲୋକେ ମୃତଦେହକୁ ଘରକୁ ନେଇ ଯାଇଥିଲେ। ଘରେ ମୃତ୍ୟୁ ଖବର ପହଂଚିବା ପରେ ଗ୍ରାମବାସୀ ଏବଂ ପରିବାର ଲୋକେ ମିଶି ଶେଷକୃତ୍ୟ ନିମନ୍ତେ ଜୁଇ ସଜାଡିଥିବା ବେଳେ ହଠାତ ଘର ଲୋକ କହିଲେ ବିସ୍ମୟକର ଖବର। ମୃତକ ସୁହାଗିନୀ ପରିବାର ଲୋକଙ୍କ ହାତରୁ ପାଣି ପିଇଥିଲା।

ଏହା ସହିତ ତାର ନିଶ୍ୱାସ ଚାଲିଥିବା କହିଲେ ପରିବାର ଲୋକେ। ଏହା ସହିତ ମୃତ ସୁହାଗିନୀଙ୍କୁ ଗୁଣିଆ ଆସି ଝଡାଫୁଙ୍କା କରିଥିଲା ଏବଂ ବଂଚେଇ ଦେବ ବୋଲି କହିଥିଲ। ଯାହାପରେ ଅଧା ରହିଗଲା ଜୁଇ। ଆଉ ପରିବାର ଲୋକେ ମୃତଦେହକୁ ଜୀବିତ କହି ପୁଣି ଉଦଳା ଡାକ୍ତରଖାନାରେ ପହଞ୍ଚିଥିଲେ ସୁହାଗିନୀଙ୍କ ମୃତଦେହ ଧରି।ଆଉ ଡାକ୍ତର ପୁନଶ୍ଚ ଦେଖିବା ପରେ ସୁହାଗିନୀର ମୃତ୍ୟୁ ହୋଇଥିବା କହିଥିଲେ। ହେଲେ ପରିବାର ଲୋକେ ଏହାକୁ ଗ୍ରହଣ କରିବାକୁ ନାରାଜ।ସେମାନେ ପୂର୍ବରୁ ସୁହାଗିନୀଙ୍କ ମୃତ୍ୟୁ ହୋଇନଥିବା ଏବଂ ଡାକ୍ତର ଅବହେଳା କରିଥିବା କଥା ଅଭିଯୋଗ କରି କହୁଛନ୍ତି।ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଏହା ବିଶ୍ୱାସ, ଅବିଶ୍ୱାସ ନା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପରିବାର ଲୋକେ ଏଭଳି କରିଛନ୍ତି ତାହା ସବୁଠାରୁ ବଡ଼ ପ୍ରଶ୍ନ। ଅନ୍ୟପଟେ ନିରୀହ ଲୋକଙ୍କର ସରଳତାର ସୁଯୋଗ ନେଇ ଗୁଣିଆ ଆରମ୍ଭ କରିଥିଲା ଗୁଣଗାରେଡି। ଏଭଳି ଅସାଧୁ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜରୁରୀ ବୋଲି ମତପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking