32.1 C
Bhubaneswar
Saturday, May 18, 2024
Homeଓଡିଶାଦଶମ ପରେ ଆଇଟିଆଇ.ପଢିବାକୁ ଛାତ୍ରୀଙ୍କ ଆଗ୍ରହ ପ୍ରକାଶ; ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ

ଦଶମ ପରେ ଆଇଟିଆଇ.ପଢିବାକୁ ଛାତ୍ରୀଙ୍କ ଆଗ୍ରହ ପ୍ରକାଶ; ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ

ଭୁବନେଶ୍ୱର: ଆଇଟିଆଇର ଧନ୍ଦାମୂଳକ ଶିକ୍ଷା ଶୀଘ୍ର ନିଯୁକ୍ତି ପାଇବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଏକ ଉପଯୁକ୍ତ ଶିକ୍ଷା । ବିଭିନ୍ନ ପାଠ୍ୟକ୍ରମରେ ପାଠ ପଢି ମେକାନିକ୍‌, ଲୋକପାଇଲଟ୍‌, ଜୁନିଅର ଟେକ୍‌ନିସିଆନ୍ ଭାବେ ନିଯୁକ୍ତି ପାଇପାରିବେ ଓ ଆତ୍ମନିର୍ଭରଶୀଳ ହୋଇ ସ୍ୱାବଲମ୍ବୀ ହେବେ ।

ଆଇଟିଆଇ ଶିକ୍ଷା ପାଇଁ ପ୍ରାକ୍ଟିକାଲ୍ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଦଶମ ପାସ କରିଥିବା ସହିତ ଅଷ୍ଟମ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଆଇଟିଆଇରେ ପାଠ ପଢିବା ପାଠ୍ୟକ୍ରମ ଅଛି । ସରକାରଙ୍କ ସୁଦକ୍ଷା ଯୋଜନା ଦକ୍ଷ ହେଉଛନ୍ତି ଛାତ୍ରୀ, ସ୍ୱପ୍ନ ନେଉଛି ବାସ୍ତବତାର ରୂପ ଓ ସେଣ୍ଟ୍ରାଲ୍ ପ୍ଲେସ୍‌ମେଣ୍ଟ ସେଲ୍ ମାଧ୍ୟମରେ ବଡ଼ ବଡ଼ କମ୍ପାନୀ ମାନଙ୍କରେ ଦେଶ ବିଦେଶରେ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦିଆଯାଇଛି ଓ ଆଇ.ଟି.ଆଇ. ପରେ ୱାଲର୍ଡ ସ୍କିଲ୍ ସେଣ୍ଟର ମାଧ୍ୟମରେ ବିଦେଶରେ ଟ୍ରେନିଂର ସୁବିଧା କରାଯାଇଛି ।

ରାଜ୍ୟରେ ମହିଳା ସଶକ୍ତିକରଣ ପଦକ୍ଷେପକୁ କୁଶଳୀ ତାଲିମ୍ ଜରିଆରେ ଆଉ ଏକ ପାଦ ଆଗେଇ ନେବାକୁ ସରକାରୀ ଆଇଟିଆଇ ମାନଙ୍କରେ ‘ସୁଦକ୍ଷା’ ଯୋଜନା ମାଧ୍ୟମରେ ଶତକଡ଼ା ୩୩ ପ୍ରତିଶତ ସ୍ଥାନ ଝିଅ ମାନଙ୍କ ପାଇଁ ସଂରକ୍ଷଣ ସହିତ ସଂପୂର୍ଣ୍ଣ ମାଗଣା ତାଲିମ୍‌ର ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ସରକାର ହଷ୍ଟେଲ୍‌ରେ ରହୁଥିବା ଛାତ୍ରୀଙ୍କୁ ମାସିକ ୧୫୦୦ ଟଙ୍କା ସହାୟତା ଓ ଘରୁ ଯିବା ଆସିବା କରୁଥିବା ଛାତ୍ରୀଙ୍କୁ ୫୦୦ ଟଙ୍କା ରାଶି ପ୍ରଦାନ କରୁଛନ୍ତି ।

ମାଗଣା ୟୁନିଫର୍ମ ସହିତ ମେଧାବୃତ୍ତି, ସୁଦକ୍ଷା, ପ୍ରେରଣା, ଶାରୀରିକ ଭିନ୍ନକ୍ଷମମାନଙ୍କ ପାଇଁ ବାଣୀଶ୍ରୀ, ନିର୍ମାଣ ଶ୍ରମିକ ପୁଅଝିଅଙ୍କ ପାଇଁ ମେଧାବୃତ୍ତି, ଗ୍ରୀନ୍ ପ୍ୟାସେଜ୍‌, କାଳିଆ ଯୋଜନା ପରି ଛାତ୍ରଛାତ୍ରୀ ମଙ୍ଗଳ ଯୋଜନା ମାନ ରାଜ୍ୟ ମେଧାବୃତ୍ତି ପୋର୍ଟାଲ ଜରିଆରେ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଛି ।

ଚଳିତ ୨୦୨୩-୨୪ ତାଲିମ ବର୍ଷ ପାଇଁ ୧୨ଟି ନୂତନ ସରକାରୀ ଆଇଟିଆଇ ଅର୍ଥାତ୍ ମୋଟ୍ ୭୨ଟି ଆଇଟିଆଇରେ ପ୍ରଥମ ପର୍ଯ୍ୟାୟ ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମ ଲେଖା ରେଜିଷ୍ଟ୍ରେସନ୍ ଏସ୍‌ଏଏମ୍‌ଏସ୍ ପୋର୍ଟାଲ୍‌ରେ ଚାଲି ଅଛି ବୋଲି ଓଡ଼ିଶା ଆଇଟିଆଇ ଷ୍ଟାଫ୍ ଆସୋସିଏସନ୍ ସାଧାରଣ ସମ୍ପାଦକ ବିଜୟ ମଲ୍ଲ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking