31.1 C
Bhubaneswar
Sunday, May 19, 2024
Homeଓଡିଶା୧୨୩ଟି ମୋବାଇଲ୍ ଜବତ, ୮୭ଜଣ ଗିରଫ

୧୨୩ଟି ମୋବାଇଲ୍ ଜବତ, ୮୭ଜଣ ଗିରଫ

ପୁରୀ: ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ୨୦୨୩ । ଭକ୍ତଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ଥିଲା ପୁରୀ ପୋଲିସ ର? ମୂଳ ଉଦ୍ଦେଶ୍ୟ । ତେବେ ରାଜ୍ୟ ତଥା ରାଜ୍ୟ ବାହାରର ଲୁଟେରା ମାନେ ଘୋଷଯାତ୍ରା ସମୟରେ ପୁରୀ ଆସି ଏହାର ଫାଇଦା ଉଠାଇବା ସହ ଅନେକ ଭକ୍ତ ଓ ପର୍ଯ୍ୟଟକଙ୍କ ମୋବାଇଲ୍ ଫୋନ୍‌, ପର୍ସ ଓ ସୁନାଚେନ୍ ଆଦି ଲୁଟିଥିଲେ ।

ଏନେଇ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ଥାନାରେ ୨୦ଟି ମାମଲା ରୁଜୁ ହୋଇ ସମୁଦାୟ ୮୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତଙ୍କ ଠାରୁ ପୋଲିସ ୧୨୩ଟି ମୋବାଇଲ୍ ଜବତ କରିଥିବା ବେଳେ ୬୦ ଜଣ ବ୍ୟକ୍ତି ନିଜର ଉପଯୁକ୍ତ ପ୍ରମାଣ ପତ୍ର ଦେଖାଇ ମୋବାଇଲ୍ ଫେରି ପାଇଛନ୍ତି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ଓଡ଼ିଶାର ୪୪, ପଶ୍ଚିମବଙ୍ଗର ୨୩, ଆନ୍ଧ୍ରପ୍ରଦେଶର ୮, ଛତିଶଗଡ଼ର ୪, ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ମଧ୍ୟପ୍ରଦେଶର ଜଣେ, ଉତ୍ତର ପ୍ରଦେଶର ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

kଆଜି ପୁରୀ ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି କେ. କେ. ହରପ୍ରସାଦ ଏନେଇ ସୂଚନା ଦେଇଥିଲେ । ଏହି ସମୟରେ ଟାଉନ ଥାନାଧିକାରୀ ଗୋକୁଳ ରଞ୍ଜନ ଦାସ, ସମୁଦ୍ରକୂଳ ଥାନାଧିକାରୀ ଚିନ୍ମୟ ରାଉତ, ବଳିଆପଣ୍ଡା ଥାନାଧିକାରୀ ସୁସାନ୍ତ କୁମାର ସାହୁ, ସିଂହଦ୍ୱାର ଥାନାଧିକାରିଣୀ ଶ୍ୱେତପଦ୍ମା ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଭକ୍ତଙ୍କ ସୁରକ୍ଷା ଓ ସୁବିଧା ପ୍ରତି ପୁରୀ ପୋଲିସ ସବୁବେଳେ ସଜାଗ ହୋଇ ରହିଛି ବୋଲି ସିଟି ଡିଏସପି ।

ସୂଚନା ଥାଉ ଯେ, ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ୧୧ଟି ଆଣ୍ଟି ସ୍ନାଚିଂ ସ୍କ୍ୱାଡ୍ ଗଠନ ହୋଇଥିଲା । ଗୋଟିଏ ସ୍କ୍ୱାଡ଼ରେ ଜଣେ ଏସ୍‌ଆଇଙ୍କ ସମେତ ୫ଜଣ ପୁଲିସ କର୍ମଚାରୀ ଥିଲେ । ଏହି ସ୍କ୍ୱାଡ୍ ସାଦାପୋଷାକରେ ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର ସମେତ ମରିଚିକୋଟ, ମାର୍କେଟ୍ ଛକ, ମେଡ଼ିକାଲ ଛକ, ବଡ଼ଶଙ୍ଖରେ ମୁତୟନ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking