36.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଜୋମାଟୋ ଆଣିପାରେ ଆଇପିଓ, ଆଗାମୀ ମାସରେ ଦାଖଲ କରିପାରେ ଦସ୍ତାବିଜ

ଜୋମାଟୋ ଆଣିପାରେ ଆଇପିଓ, ଆଗାମୀ ମାସରେ ଦାଖଲ କରିପାରେ ଦସ୍ତାବିଜ

ନୂଆଦିଲ୍ଲୀ: ଫୁଡ ଡେଲିଭରି ଷ୍ଟାର୍ଟ ଅପ ଜୋମାଟୋ ନିଜ ୪୭୦୦ କୋଟି ଟଙ୍କାର ଆଇପିଓ ପାଇଁଏପ୍ରିଲ ମଧ୍ୟରେ ପ୍ରୋସ୍ପେଟକ୍ସ ଫାଇଲ କରିବା ନେଇ ଯୋଜନା କରୁଛି । ଜ୍ୟାକ ମା ର ଏଣ୍ଟ ଗ୍ରୁପ ସମର୍ଥିତ ଜୋମାଟୋର ଆଇପିଓ ସେପ୍ଟେମ୍ବରରେ ଆସିପାରେ । ଆଇପିଓର ଟାଇମଲାଇନ ଚର୍ଚ୍ଚାରେ ରହିଛି । ରିପୋର୍ଟ ଅନୁସାରେ, କମ୍ପାନୀ ଏହି ଆଇପିଓ ପାଇଁ ମାର୍କେଟ ରେଗୁଲେଟର ସେବି ନିକଟରେ ଏପ୍ରିଲ, ୨୦୨୧ରେ ଡ୍ରାଫ୍ଟ ରେଡ ହାରିଙ୍ଗ ପ୍ରୋସ୍ପେକ୍ଟସ ଜମା କରିପାରେ ।

ସେପ୍ଟେମ୍ବର ୨୦୨୧ ଶେଷ ସୁଦ୍ଧା ଶେୟାର ବଜାରରେ ଲିଷ୍ଟ ହେବା ନେଇ ଜୋମାଟୋ ଯୋଜନା କରୁଛି । ଏନେଇ କମ୍ପାନୀରେ ଚର୍ଚ୍ଚା ହେଉଛି । ୪୭୦୦ କୋଟିରୁ ଅଧିକ ହେବ କି କମ ସେ ନେଇ ନିଷ୍ପତ୍ତି ହୋଇନି । ଅଫିସିଆଲି କମ୍ପାନୀ ଏ ବିଷୟରେ କହିନାହିଁ । ଜୋମାଟୋ 2008 ରେ ଦିଲ୍ଲୀରେ ପାଞ୍ଚ ହଜାରରୁ ଅଧିକ କର୍ମଚାରୀଙ୍କ ସହିତ ଆରମ୍ଭ ହୋଇଥିଲା । କୋଭିଡ୍ ସମୟରେ , ଖାଦ୍ୟ ବିତରଣ କମ୍ପାନୀଗୁଡିକର ବ୍ୟବସାୟରେ ଭଲ ଅଭିବୃଦ୍ଧି ଘଟିଥିଲା ​​। ଯାହା କମ୍ପାନୀର ରାଜସ୍ୱ ବୃଦ୍ଧି କରିଛି । ନିଜକୁ ବିସ୍ତାର କରିବାକୁ କମ୍ପାନୀ ଅଧିକ ପୁଞ୍ଜି ଆବଶ୍ୟକ କରୁଛି । ଏହି କାରଣରୁ ସେ ଏକ ଆଇପିଓ ଆଣିବାକୁ ଚିନ୍ତା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking