38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶଉତ୍ତରାଖଣ୍ଡ ସରକାରଙ୍କୁ ଚିଠି ଲେଖିଲା କେନ୍ଦ୍ର

ଉତ୍ତରାଖଣ୍ଡ ସରକାରଙ୍କୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉତ୍ତରାଖଣ୍ଡ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । କୁମ୍ଭ ସମୟରେ କୋଭିଡ ସଂକ୍ରମଣ ଏଡାଇବା ପାଇଁ କଡା ପଦକ୍ଷେପ ଗ୍ରହଣ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଉତ୍ତରାଖଣ୍ଡ ଗସ୍ତ ପାଇଁ ନିଆଯାଇଥିବା ଉଚ୍ଚସ୍ତରୀୟ ମଲ୍ଟି ଡିସିପ୍ଲିନାରୀ ଟିମ କରୋନା ସଂକଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ହରିଦ୍ୱାରରେ ଚାଲିଥିବା କୁମ୍ଭ ମେଳା ପାଇଁ ରାଜ୍ୟ ଦ୍ୱାରା କରାଯାଇଥିବା ଚିକିତ୍ସା ଓ ସାର୍ବଜନିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମୀକ୍ଷା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୧୬ରୁ ୧୭ ମାର୍ଚ୍ଚ ମଧ୍ୟରେ ନିର୍ଦ୍ଦେଶକ ଏନସିଡିସିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ଦଳ କୁ ଉତ୍ତରାଖଣ୍ଡ ପଠାଇଥିଲେ । ଯାହାପରେ ନିଜ ରିପୋର୍ଟରେ ସେହି ସବୁ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ କହିଥିଲେ ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ନିଜର ଏହି ଚିଠିରେ କହିଛନ୍ତି ଯେ, ଭାରତରେ ୧୨ରୁ ଅଧିକ ରାଜୟରେ କିଛି ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ଜନିତ ମାମଲା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । କୁମ୍ଭ ମେଳା ମଧ୍ୟରେ ତୀର୍ଥଯାତ୍ରୀମାନେ ଏହି ରାଜ୍ୟରୁ ହରିଦ୍ୱାର ଆସିବା ନେଇ ସମ୍ଭାବନା ରହୁଛି ।
ରିପୋର୍ଟ ଅନୁସାରେ, ୧୦-୨୦ ତୀର୍ଥଯାତ୍ରୀ ଓ ୧୦-୨୦ ସ୍ଥାନୀୟ ଲୋକେ ପ୍ରତିଦିନ ପଜିଟିଭ ଆସୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking