38.1 C
Bhubaneswar
Friday, April 26, 2024
Homeଓଡିଶାଆଜିଠାରୁ ୟୁଟ୍ୟୁବରେ ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ

ଆଜିଠାରୁ ୟୁଟ୍ୟୁବରେ ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର : ଆଜିଠାରୁ ୟୁଟ୍ୟୁବରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହେବ । ପ୍ରତ୍ୟେକ ସପ୍ତାହର ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ କ୍ଲାସ ଜାରି ରହିବ । ଏନେଇ ପୂର୍ବରୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା) ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ), ଏଡିଓଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବା ସହ ପାଠପଢ଼ା କିଭଳି ହେବ ଓ ଗାଇଡଲାଇନ ସମ୍ପର୍କରେ ଆଲୋଚନା ହୋଇଥିଲା । ଏନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ୟୁଟ୍ୟୁବ ପାଠପଢ଼ା ସମ୍ପର୍କରେ ସଚେତନ ରହିବାକୁ କୁହାଯାଇଛି । ନିଷ୍ପତ୍ତୀ ଅନୁଯାୟୀ, ଆଜିଠାରୁ ୟୁଟ୍ୟୁବରେ ଲାଇଭ୍ ଷ୍ଟ୍ରିମିଂ କ୍ଲାସ ଚାଲିବ । ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀର ଗଣିତ ବିଷୟ ପାଇଁ ଖୋର୍ଦ୍ଧା ଜିଲ୍ଲାକୁ ଦାୟିତ୍ୱ ଦିଆଯାଇଛି।

ପ୍ରତ୍ୟେକ ଦିନ ଗୋଟିଏ କ୍ଲାସ ହେବ । ପ୍ରତ୍ୟେକ ବିଷୟର ଗୁରୁତ୍ୱପୂର୍ଣ୍ଣ ନୋଟ୍ ଉପରେ ୫ରୁ ୧୦ ମିନିଟ୍ ଆଲୋଚନା ହେବ । ପ୍ରତ୍ୟେକ ଲାଇଭ୍ ଷ୍ଟ୍ରିମିଂ କ୍ଲାସର ଲିଙ୍କ ପୂର୍ବଦିନ ସନ୍ଧ୍ୟା ୫ଟା ସୁଦ୍ଧା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବ । ଛାତ୍ରଛାତ୍ରୀଙ୍କୁ ଏନେଇ ସଚେତନ ନେଇ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯତ୍ନବାନ ହେବେ । ଅଭିଭାବକ ଓ ଗୋଷ୍ଠୀ ସଚେତନତା ମାଧ୍ୟମରେ ୟୁଟ୍ୟୁବ କ୍ଲାସରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ନେଇ ପଦକ୍ଷେପ ନେବାକୁ କୁହାଯାଇଛି । ସ୍କୁଲ ବନ୍ଦ ରହିଥିବାରୁ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ନିକଟରେ ପହଞ୍ଚିବା ପାଇଁ ଜିଲ୍ଲା, ବ୍ଲକ, ସିଆରସିସି ଓ ସ୍କୁଲ ସ୍ତରରେ ଯୋଜନା କରିବାକୁ କୁହାଯାଇଛି । ପିଲାମାନେ ଦୂରଦର୍ଶନରେ ପ୍ରସାରିତ ‘ଶିକ୍ଷା ଦର୍ପଣ’, ରେଡିଓ ପାଠଶାଳା ସମ୍ପର୍କରେ କିଭଳି ଜାଣିପାରିବେ ସେନେଇ ପଦକ୍ଷେପ ନେବାକୁ ସ୍କୁଲଗୁଡ଼ିକୁ କୁହାଯାଇଛି । କେଉଁ ଜିଲ୍ଲାରେ କେତେ ୟୁଟ୍ୟୁବ, ଦୂରଦର୍ଶନ ଦେଖୁଛନ୍ତି, ତାହାର ଡାଟା ପ୍ରସ୍ତୁତ ନେଇ ଡିଇଓମାନଙ୍କୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking