30.1 C
Bhubaneswar
Monday, May 6, 2024
Homeକରୋନାଏହି ରାଜ୍ୟରେ ଫେବୃଆରୀ ୧୦ ଯାଏଁ ବଢ଼ିଲା କୋଭିଡ୍ କଟକଣା

ଏହି ରାଜ୍ୟରେ ଫେବୃଆରୀ ୧୦ ଯାଏଁ ବଢ଼ିଲା କୋଭିଡ୍ କଟକଣା

ନୂଆଦିଲ୍ଲୀ : ଦେଶରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ଅକିଛି ରାଜ୍ୟକୁ ଛାଡ଼ିଦେଲେ ଅଧିକାଂଶ ରାଜ୍ୟରେ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏପରି ପରିସ୍ଥିତିରେ ହରିୟାଣାରେ ମାମଲାରେ ହ୍ରାସ ପାଇବା ସ୍ଥାନରେ ଓଲଟା ବଢ଼ୁଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର କୋଭିଡ୍ କଟକଣାକୁ ଫେବୃଆରୀ ୧୦ ପର୍ଯ୍ୟନ୍ତ ବଢ଼ାଇବା ନେଇ ଘୋଷଣା କରିଛନ୍ତି ।

ତେବେ ରାଜ୍ୟରେ ମଲ୍, ଦୋକାନ-ବଜାର ଆଦିକୁ ସନ୍ଧ୍ୟା ୭ଟା ଯାଏଁ ଖୋଲା ରହିବ । ଏନେଇ ଏକ ଗାଇଡଲାଇନ୍ ଜାରି କରାଯାଇଛି। ଗାଇଡଲାଇନ୍ ମୁତାବକ, ହରିୟାଣାରେ ଜିମ୍ ସ୍ପା ଆଦି ୫୦ ପ୍ରତିଶତ କ୍ଷମତା ସହିତ ଚାଲିପାରିବ । ମଦ ଦୋକାନ ଗୁଡ଼ିକୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲିପାରିବ । ଅନ୍ୟପଟେ ବିରୋଧ ପ୍ରଦର୍ଶନ, ରାଲି ପରି ଭିଡକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking