36.1 C
Bhubaneswar
Thursday, May 2, 2024
Homeଓଡିଶାରାଜ୍ୟରେ ଆଉ ୮ ଜୀବନ ନେଲା ମହାମାରୀ କରୋନା, ସର୍ବାଧିକ ସୁନ୍ଦରଗଡ଼

ରାଜ୍ୟରେ ଆଉ ୮ ଜୀବନ ନେଲା ମହାମାରୀ କରୋନା, ସର୍ବାଧିକ ସୁନ୍ଦରଗଡ଼

ଭୁବନେଶ୍ୱର : ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ଗତ କିଛି ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ୁଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡ଼ିଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ ।

ଗତ କିଛିଦିନ ତଳେ ସଂକ୍ରମଣ ୧୫ରୁ ୨୦ଟି ଜିଲ୍ଲା ମଧ୍ୟରେ ସୀମିତ ରହୁଥିବା ବେଳେ ଏବେ ଏହା ରାଜ୍ୟବ୍ୟାପୀ ମାଡ଼ିଗଲାଣି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼ରୁ ୩ ଜଣ, ବାଲେଶ୍ୱର, ଭୁବନେଶ୍ୱର, କେଉଁଝର, କୋରାପୁଟ, ରାୟଗଡ଼ାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking