26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଜେରା ପାଇଁ ଡାକିବାରୁ ଜୀବନ ହାରିଲେ ଯୁବକ !

ଜେରା ପାଇଁ ଡାକିବାରୁ ଜୀବନ ହାରିଲେ ଯୁବକ !

ଶ୍ରୀନଗର: ପୁଞ୍ଚରେ ସେନା ଟ୍ରକ ଆକ୍ରମଣରେ ୫ ଯବାନ ଶହୀଦ ହେବା ଘଟଣାରେ ତଦନ୍ତ ପାଇଁ ଡାକିଥିଲା ପୋଲିସ । ପୋଲିସ ନିକଟରେ ହାଜର ହେବା ପୂର୍ବରୁ ଜଣେ ସ୍ଥାନୀୟ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକଙ୍କ ପରିବାର ପକ୍ଷରୁ ଏହି ଅଭିଯୋଗ କରାଯିବା ସହ ସ୍ଥାନୀୟ ପୋଲିସ ଓ ଏସଓଜି ବିରୋଧରେ ପ୍ରତିବାଦ ଓ ନାରାବାଜୀ କରାଯାଇଥିବା ଦେଖିବାକୁ ମିଳିଛି । ଏପ୍ରିଲ ୨୦ ତାରିଖରେ ଜମ୍ମୁର ପୁଞ୍ଚରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସର ୫ ଯବାନ ଶହୀଦ ହୋଇଥିଲେ ।

ଏହି ମାମଲାରେ ଏବେ ଏକାଧିକ ଜାତୀୟ ସଂସ୍ଥା ତଦନ୍ତ ଜାରି ରଖିଛନ୍ତି । ଏଥିରେ ସ୍ଥାନୀୟ ୫୦ ଜଣ ଯୁବକଙ୍କୁ ସମନ କରିଥିଲା ସ୍ଥାନୀୟ ପୋଲିସ । ଏମାନଙ୍କ ମଧ୍ୟରେ ମୃତକ ୩୫ ବର୍ଷୀୟ ମୁଖତାର ହୁସେନ ଶାହାଙ୍କ ନାମ ମଧ୍ୟ ଥିଲା । ହେଲେ ପୋଲିସର ଜେରା ପୂର୍ବରୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସର ସୂଚନା ଅନୁସାରେ ତାକୁ ଜେରା ପାଇଁ ଡକାଯାଇଥିଲେ ସୁଦ୍ଧା ସେ ଫେରାର ହୋଇଯାଇଥିଲା । ସେ ଗତକାଲି ରାତିରେ ଘରକୁ ଫେରିଆସି ଆତ୍ମହତ୍ୟା କରିଥିବା ତାର ପରିବାର ସଦସ୍ୟ ଅଭିଯୋଗ କରିଥିବା ପୋଲିସ କହିଛି ।ମିଳିଥିବା ସୂଚନା ଅନୁସାରେ ଡକାଯାଇଥିବା ସନ୍ଦିଗ୍ଧଙ୍କର ଆକ୍ରମଣ ସହ ସମ୍ପୃକ୍ତି ଅଛି ବୋଲି ପୋଲିସ କହିନାହିଁ ।

ସେମାନେ ଆକ୍ରମଣ ସ୍ଥାନର ସ୍ଥାନୀୟ ବାସିନ୍ଦା ହୋଇଥିବା କାରଣରୁ ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରିବା ପାଇଁ ପୋଲିସ ସେମାନଙ୍କୁ ଡାକିଥିଲା । ହେଲେ ଜେରା ପୂର୍ବରୁ ଭୟରେ ଯୁବକଜଣଙ୍କ ଏପରି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପରିବାର ସଦସ୍ୟଙ୍କ ସମେତ ସ୍ଥାନୀୟ ଲୋକେ ଜମ୍ମୁ-ପୁଞ୍ଚ୍ ରାସ୍ତା ଅବରୋଧ କରିଥିଲେ । ସେମାନେ ସ୍ଥାନୀୟ ପୋଲିସ ଓ ସେନା ବିରୋଧରେ ନାରାବାଜୀ କରିଥିଲେ । ପୋଲିସର ସନ୍ଦେହ ଓ ସମନ କାରଣରୁ ମୁଖତାରର ଜୀବନ ଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking