27.1 C
Bhubaneswar
Wednesday, June 26, 2024
Homeଅପରାଧଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଭଦ୍ରକ: ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଯୁବକ ଗିରଫ । ଭଦ୍ରକ ଜିଲ୍ଲା ଵାଂଶଡା ଥାନା ଅଧିନସ୍ଥ ପଞ୍ଚୁଟିକ୍ରି ପଞ୍ଚାୟତ ଅନ୍ତର୍ଗତ ସାନ ଶାମୁକାଭେଡି ଗାଁରେ ସ୍ବାମୀଙ୍କ ଅନୁପସ୍ଥିତିରେ ଜନୈକା ଗର୍ଭବତୀ ମହିଳାଙ୍କୁ ସେହି ଗାଁର ବାପୁନ ମହାଳିକ ନାମକ ଜଣେ ଯୁବକ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।

ପୋଲିସ ଅଭିଯୋଗ ଅନୁଯାୟୀ ବାପୁନ ମହାଳିକକୁ ଗିରଫ କରିଛି । ଗିରଫ ପରେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉଭୟ ପୀଡିତା ଏବଂ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି । ଅନ୍ୟପକ୍ଷରେ ଅଭିଯୁକ୍ତ ବାପୁନ ମହାଳିକ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ସୂଚନା ମିଳିଛି । ତାଙ୍କ ଦୋକାନରୁ ବାକି ଖାଇବା ପରେ, ବକେୟା ପାଉଣା ମାଗିବାରୁ ଏହିପରି ମିଛ ମାମଲାରେ ତାଙ୍କୁ ଫସାଯାଇଥିବା ସେ କହିଛନ୍ତି । ପୋଲିସର ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking