ନବରଙ୍ଗପୁର: ଗଛରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ । ନବରଙ୍ଗପୁର ଜିଲ୍ଲା ଝରୀଗାଁ ଥାନା ଅନ୍ତର୍ଗତ ସିଉନାଗୁଡ଼ା ଗ୍ରାମ ନିକଟ କାଜୁ ଜଙ୍ଗଲରେ ଅଭାବନୀୟ ଘଟଣା । ଦୁଇମୃତ ହେଲେ ସିଉନାଗୁଡ଼ା ଗ୍ରାମର ଭଗବାନ ଗୌଡ଼ ଓ ପ୍ରେମିକା ନିକଟସ୍ଥ ଗ୍ରାମ ଭାଲିଆଗୁଡା ଗ୍ରାମର ସବିତା ଭତ୍ରା । ଦୁହେଁ ଗାମୁଛା ଓ ଓଢଣୀ ଲଗାଇ ଡାଳରେ ଝୁଲିପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗତ ରାତି ଠାରୁ ଦୁଇ ଜଣ ନିଖୋଜ ଥିଲେ । ଉଭୟେ ଅଲଗା ଜାତିର ହୋଇଥିବାରୁ ପ୍ରେମକୁ ସ୍ୱୀକୃତି ନମିଳିବା ଭୟରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଦୁଇ ପରିବାର ପକ୍ଷରୁ ପୃଥକ ପୃଥକ ଦୁଇଟି ଅଭିଯୋଗ ଝରୀଗାଁ ଥାନାରେ ଦେଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିଛନ୍ତି ।