35.1 C
Bhubaneswar
Saturday, May 4, 2024
Homeଅପରାଧରେଳ ଷ୍ଟେସନରେ ମହିଳାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ରେଳ ଷ୍ଟେସନରେ ମହିଳାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ଭୋପାଳ: ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଷ୍ଟେସନରେ ୩୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ । ନିଜକୁ ପୋଲିସ ଅଫିସର ପରିଚୟ ଦେଇ ମହିଳାଙ୍କ ସହ ଦୁଷ୍କର୍ମ କଲେ ଦୁଇ ଯୁବକ । ଶନିବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଅଶୋକ ନଗର ମୁଗାବଲି ଷ୍ଟେସନରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ଦୁଇ ଅଭିଯୁକ୍ତ ମହିଳାଙ୍କୁ ଦୁଷ୍କର୍ମ ସହ ତାଙ୍କ ସ୍ୱାମୀଙ୍କୁ ଖୁବ୍ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତାଲ ଦାୟର ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନେ ଧରାପଡି ନାହାନ୍ତି ।

ଜଣେ ଦମ୍ପତି ଜୟପୁର ଯିବାକୁ ରାତି ୧୧ଟା ବେଳେ ମୁଙ୍ଗାବଲି ଷ୍ଟେସନରେ ପହଞ୍ଚିଥିଲେ । ସେମାନେ ଯୋଧପୁର-ଭୋପାଳ ଟ୍ରେନରେ ଯିବାର ଥିଲା । ହେଲେ ଦୁହେଁ ବିଳମ୍ବରେ ପହଞ୍ଚିବାରୁ ଟ୍ରେନ ଛାଡିଦେଇଥିଲା । ସେଥିପାଇଁ ସ୍ୱାମୀ ସ୍ତ୍ରୀ ଷ୍ଟେସନରେ ଆଉ ଏକ ଟ୍ରେନ୍ ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ ଦୁଇ ଯୁବକ ସେମାନଙ୍କ ନିକଟରେ ପହଞ୍ଚି ନିଜକୁ ଜିଆରପି ଅଫିସର ପରିଚୟ ଦେଇଥିଲେ । ଏହାପରେ ଦୁହିଁଙ୍କ ଟିକେଟ୍ ଦେଖାଇବାକୁ କହିଥିଲେ । ହେଲେ ଦୁହେଁ ବର୍ଦ୍ଦି ପିନ୍ଧିନଥିବାରୁ ମହିଳା ତାଙ୍କୁ ଟିକେଟ୍ ଦେଖାଇ ନଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରୁ ଜଣେ ଯୁବକ ମହିଳାଙ୍କ ସ୍ୱାମୀଙ୍କୁ ବଡ ବାବୁଙ୍କ ପାଖକୁ ଯିବା ପାଇଁ କହି ସେଠାରୁ ସାଙ୍ଗରେ ନେଇଯାଇଥିଲା ।

ଏହି ସୁଯୋଗରେ ଅନ୍ୟ ଯୁବକ ଜଣକ ମହିଳାଙ୍କୁ ଜୋର ଜବରଦସ୍ତ ଷ୍ଟେସନ ନିକଟରେ ଏକ ବୁଦାଳିଆ ସ୍ଥାନକୁ ଟାଣି ଟାଣି ନେଇଯାଇଥିଲା ଏବଂ ଦୁଷ୍କର୍ମ କରିଥିଲା । କିଛି ସମୟ ପରେ ଅନ୍ୟ ଯୁବକ ମଧ୍ୟ ସେଠି ପହଞ୍ଚି ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା । କେବଳ ଏମିତି ନୁହେଁ ଦୁଇ ଅଭିଯୁକ୍ତ ପୀଡିତାଙ୍କ ସ୍ୱାମୀଙ୍କୁ ମଧ୍ୟ ଖୁବ୍ ମାରପିଟ୍ କରିଥିଲେ । ଏହି ପାଶବିକତା ଘଟାଇ ସାରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ମହିଳା ସ୍ଥାନୀୟ ପୋଲିସର ସହାୟତାରେ ଅଶୋକ ନଗର ଜିଆରପିରେ ଅଭିଯୋଗ କରିଛନ୍ତି । ଘଟଣାକୁ ଗୁରୁତ୍ୱର ସହ ନେଇ ଜିଆରପି ଡିଏସପି ରାଜେନ୍ଦ୍ର କୁମାର ସିଂହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପୀଡିତାଙ୍କ ଏତଲା କ୍ରମେ ପୋଲିସ ସମ୍ପୃକ୍ତ ଦୁଇ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ବର୍ତ୍ତମାନ ସେମାନଙ୍କୁ ଧରିବାକୁ ପୋଲିସ ଚାରିଆଡେ ଛାନଭିନ୍ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking