29.1 C
Bhubaneswar
Wednesday, May 1, 2024
Homeଅପରାଧଶୌଚ ପାଇଁ ଯାଇଥିବା ବେଳେ ନାବାଳିକା ସହ ଯାହା ଘଟିଲା, ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ଶୌଚ ପାଇଁ ଯାଇଥିବା ବେଳେ ନାବାଳିକା ସହ ଯାହା ଘଟିଲା, ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲଜ୍ୟା। ଶୌଚ ପାଇଁ ଯାଇଥିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ। ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ୫ ଅଭିଯୁକ୍ତ । ଏଭଳି ଲଜ୍ଜାନଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ଲଖିମପୁର ଖେରୀ ଜିଲ୍ଲାର ମୋହମ୍ମଦି କୋତବାଲିରେ। ସୂଚନା ଅନୁସାରେ, ମୋହମ୍ମଦି କୋତବାଲିର ଏକ ଗାଁରେ ନାବାଳିକା ଜଣକ ରାତିରେ ଶୌଚ ପାଇଁ ଯାଇଥିଲେ। ନାବାଳିକାଙ୍କୁ ଏକୁଟିଆ ଦେଖି ସେହି ଗାଁର କିଛି ପୁଅ ମିଶି ଦୁଷ୍କର୍ମ କରିଥିବା ଜଣାପଡିଛି। ଏନେଇ ଯେତେବେଳେ ନାବାଳିକାର ଦେହ ଅସୁସ୍ଥ ହୋଇଥିଲା ତେବେ ନାବାଳିକାର ଘର ଲୋକ ପୋଲିସକୁ ଖବର ଦେଇଥିଲେ। ତେବେ ଏହି ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଘଟଣା ସ୍ଥଳରେ ନାବାଳିକା ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ଲକ୍ଷ୍ନୌ ମେଡିକାଲକୁ ସ୍ଥାନାନ୍ତରଣ କରିଥିବା ସୂଚନା ମିଳିଛି।

ତେବେ ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ତେବେ ଏନେଇ ପୋଲିସ ଅଧିକ୍ଷକ ଅରୁଣ କୁମାର ସିଂହ କହିଛନ୍ତି, ” ଗଣଦୁଷ୍କର୍ମ କରିଥିବା ଚାରି ଜଣ ଯୁବକଙ୍କୁ ନାବାଳିକା ଜଣକ ଆଗରୁ ଜାଣିଥିବା ସୂଚନା ଦେଇଛନ୍ତି। କିନ୍ତୁ ଅନ୍ୟପଟେ ନାବାଳିକାଙ୍କ ଭାଇଙ୍କ କହିବା ଅନୁସାରେ ୫ଜଣ ଯୁବକଙ୍କୁ ଗିରଫ କରାଯାଇଛି।” ଏଥିସହ ପୋଲିସ ଅଭିଯୁକ୍ତମାନଙ୍କୁ ଥାନାରେ ପଚରାଉଚରା ଜାରି ରଖିଛି।ଏଥିସହ ପିଡୀତା ଜଣଙ୍କ କହିଛନ୍ତି ଯେ , ୪ଜଣ ଯୁବକ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି। ଯେଉଁମାନଙ୍କୁ ନାବାଳିକା ଜଣଙ୍କ ତାଙ୍କୁ ଆଗରୁ ଜାଣିଥିବା ସୂଚନା ଦେଇଛନ୍ତି। କିନ୍ତୁ ଅନ୍ୟପଟେ ପିଡୀତାଙ୍କ ଭାଇ ୫ଜଣ ଯୁବକ ନବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି। ନିଖିଲ, ଜୟରାମ, ପୁଷ୍ପେନ୍ଦ୍ର, ବିମଲ ଓ ପବନଙ୍କ ବିରୋଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking