28.1 C
Bhubaneswar
Friday, April 26, 2024
Homeରାଶିଫଳମକର ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

ମକର ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

ଦୈନିକ ରାଶିଫଳ ଚନ୍ଦ୍ରଙ୍କଠାରୁ, ମାସିକ ରାଶିଫଳ ରବିଙ୍କଠାରୁ ଏବଂ ବାର୍ଷିକ ରାଶିଫଳ ମୁଖ୍ୟତଃ ରାହୁ, କେତୁ, ବୃହସ୍ପତି ଓ ଶନିଙ୍କଠାରୁ ଗଣନା କରାଯାଏ । ଚଳିତବର୍ଷ ଜାନୁୟାରୀ ୨୪ ତାରିଖ ପର୍ଯ୍ୟନ୍ତ ଶନି ଧନୁରେ ଓ ତା’ପରେ ମକରରେ, ବର୍ଷ ଆରମ୍ଭରେ ଯଥାକ୍ରମେ ମିଥୁନ ଓ ଧନୁରେ ଥିବା ରାହୁ ଓ କେତୁ ସେପ୍ଟେମ୍ବର ୧୯ ତାରିଖରେ ବୃଷ ଓ ବିଛାକୁ ଚଳିବେ । ବୃହସ୍ପତି ବର୍ଷ ଆରମ୍ଭରୁ ଧନୁରେ ଏବଂ ୨୯ା୦୩ା୨୦୨୦ରେ ମକରକୁ ଚଳି ପୁଣି ୩୦ା୦୬ା୨୦୨୦ରେ ବକ୍ରଗତିରେ ଧନୁକୁ ପ୍ରତ୍ୟାବନ କରିବେ । ପୁଣି ବୃହସ୍ପତି ତା୨୦ା୧୧ା୨୦ ଦିବା ୦୧ା୨୨ରେ ଧନୁରୁ ମକରକୁ ଚଳିବେ । ସେହି ଅନୁସାରେ ମକର ରାଶିର ଫଳ ନିମ୍ନରେ ପ୍ରଦାନ କରାଗଲା ।
ମକର: ଜାନୁୟାରୀ ୨୪ ପର୍ଯ୍ୟନ୍ତ ଶନି ଦ୍ୱାଦଶରେ ଓ ତା’ପରେ ଜନ୍ମରାଶିକୁ ଆସିବେ । ଅର୍ଥାତ୍ ଶନି ସାଢ଼େସାତୀର ପ୍ରଥମ ଚରଣ ଭୋଗ ସରି ଦ୍ୱିତୀୟ ଚରଣ ଆରମ୍ଭ ହେବ । ବର୍ଷର ମଧ୍ୟଭାଗ ସମସ୍ୟାବହୁଳ ହୋଇପାରେ । ବୃଥା ଯାତ୍ରା, ଅର୍ଥହାନି, ବ୍ୟବସାୟାଦିରେ କ୍ଷତି, ମନସ୍ତାପ, କଳହ ଆଦି ଦେଖାଦେଇପାରେ । ସନ୍ତାନଙ୍କ ଭୁଲ୍ କାମ ଯୋଗୁ ଲଜ୍ଜିତ ହୋଇପାରନ୍ତି । ଏହାପରେ ପରିସ୍ଥିତିରେ ଉନ୍ନତି ଦେଖାଯିବ । ଆର୍ଥିକ ସ୍ୱଚ୍ଛଳତା ଫେରିଆସିବ । କିନ୍ତୁ ମକରରେ ଶନି ଶୁଭଯୁକ୍ତ ଓ ସ୍ୱଗୃହୀ ହେଉଥିବାରୁ ଅଶୁଭତ୍ୱ ହ୍ରାସ ପାଇବ । ଶୁଭ ଫଳ ମିଳିବାରେ ବିଳମ୍ବ ହେବ । ଏକାଧିକ ଧନ୍ଦାରେ ହାତ ଦେଇ ଚିନ୍ତାଗ୍ରସ୍ତ ରହିବେ । ଭଲକରି ଟିକେ ଖାଇବା ପିଇବାକୁ ବି ସମୟ ମିଳିବ ନାହିଁ । ଆର୍ଥିକ ପରିସ୍ଥିତି ମଧ୍ୟମ ପ୍ରକାର ରହିବ । ଦ୍ୱିତୀୟାର୍ଦ୍ଧରେ ପୂର୍ବକୃତ ଶ୍ରମର ଫଳ ମିଳିପାରେ । ସତ୍କର୍ମ କେବେହେଲେ ବ୍ୟର୍ଥ ଯାଏ ନାହିଁ, ଏହି ଆପ୍ତବାକ୍ୟର ସତ୍ୟତା ଅନୁଭବ କରିବେ । ତଥାପି ଶନି ସାଢ଼େସାତୀ ଭୋଗ ହେଉଥିବାରୁ ଜଗିରଖି ଚଳିବା ଆବଶ୍ୟକ । ସକାଳେ ହନୁମାନ ଚାଳିଶା ଓ ରାତିରେ ଶନି ଚାଳିଶା ପାଠ କରନ୍ତୁ କିମ୍ବା ଶନି ମନ୍ତ୍ର ‘ଓଁ ଶଂ ଶନୈଶ୍ଚରାୟ ନମଃ’ ଜପ କରନ୍ତୁ ।
ଉତରାଷାଢ଼ା ନକ୍ଷତ୍ର ପାଇଁ ଫଳ ମଧ୍ୟମ ପ୍ରକାର ହେବ । ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପରିବାରରେ ହସଖୁସିର ଅବସର ମିଳିବ । ବର୍ଷର ଉତରାର୍ଦ୍ଧରେ ଘରେ ନୂତନ ସ୍ଥାୟୀ ଅତିଥିଙ୍କ କୁଆଁ କୁଆଁ ଧ୍ୱନି ଶୁଣାଯାଇପାରେ । ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ବର୍ଷର ପୂର୍ବାର୍ଦ୍ଧରେ ବୃହସ୍ପତିଙ୍କ ମନ୍ତ୍ର ‘ଓଁ ବୃଂ ବୃହସ୍ପତୟେ ନମଃ’ ମନ୍ତ୍ର ଜପ କରନ୍ତୁ । କୌଣସି ସମସ୍ୟା ସମସ୍ୟା ହୋଇ ରହିବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking