34.1 C
Bhubaneswar
Thursday, March 28, 2024
Homeରାଶିଫଳକୁମ୍ଭ ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

କୁମ୍ଭ ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

ଦୈନିକ ରାଶିଫଳ ଚନ୍ଦ୍ରଙ୍କଠାରୁ, ମାସିକ ରାଶିଫଳ ରବିଙ୍କଠାରୁ ଏବଂ ବାର୍ଷିକ ରାଶିଫଳ ମୁଖ୍ୟତଃ ରାହୁ, କେତୁ, ବୃହସ୍ପତି ଓ ଶନିଙ୍କଠାରୁ ଗଣନା କରାଯାଏ । ଚଳିତବର୍ଷ ଜାନୁୟାରୀ ୨୪ ତାରିଖ ପର୍ଯ୍ୟନ୍ତ ଶନି ଧନୁରେ ଓ ତା’ପରେ ମକରରେ, ବର୍ଷ ଆରମ୍ଭରେ ଯଥାକ୍ରମେ ମିଥୁନ ଓ ଧନୁରେ ଥିବା ରାହୁ ଓ କେତୁ ସେପ୍ଟେମ୍ବର ୧୯ ତାରିଖରେ ବୃଷ ଓ ବିଛାକୁ ଚଳିବେ । ବୃହସ୍ପତି ବର୍ଷ ଆରମ୍ଭରୁ ଧନୁରେ ଏବଂ ୨୯ା୦୩ା୨୦୨୦ରେ ମକରକୁ ଚଳି ପୁଣି ୩୦ା୦୬ା୨୦୨୦ରେ ବକ୍ରଗତିରେ ଧନୁକୁ ପ୍ରତ୍ୟାବନ କରିବେ । ପୁଣି ବୃହସ୍ପତି ତା୨୦ା୧୧ା୨୦ ଦିବା ୦୧ା୨୨ରେ ଧନୁରୁ ମକରକୁ ଚଳିବେ । ସେହି ଅନୁସାରେ କୁମ୍ଭ ରାଶିର ଫଳ ନିମ୍ନରେ ପ୍ରଦାନ କରାଗଲା ।
କୁମ୍ଭ: ବର୍ଷ ଆରମ୍ଭରୁ ଶନି ଓ ବୃହସ୍ପତି ଜନ୍ମରାଶିରୁ ୧୧ଶରେ ଅଛନ୍ତି । କେତୁ, ରବି ଓ ବୁଧ ବି ସେମାନଙ୍କ ସହିତ ଅଛନ୍ତି । ସର୍ବେ ଗ୍ରହାଃ ଏକାଦଶସ୍ଥାଃ ଶୁଭପ୍ରଦାଃ ଭବନ୍ତି । ଏହି ଆପ୍ତବାକ୍ୟ ଅନୁସାରେ ବର୍ଷଟି ଆପଣଙ୍କର ଭଲରେ ଆରମ୍ଭ ହେବ । ଅନେକ ବିପଦ ହାତରୁ ରକ୍ଷା ପାଇବେ । ଆର୍ଥିକ ସ୍ଥିତି ଭଲ ରହିବ । ତୀର୍ଥଯାତ୍ରା ବା ଧାର୍ମିକ କ୍ଷେତ୍ରକୁ ଯାତ୍ରା କରିପାରନ୍ତି । କେତେକ ନୂତନ କାମର ପରିକଳ୍ପନା ସାଙ୍ଗକୁ ପାରିବାରିକ ଜୀବନର ସୁଖଦ ଅନୁଭୂତି ମିଳିବ । ଶିଳ୍ପୋଦ୍ୟୋଗ ଓ ବ୍ୟବସାୟ-ବାଣିଜ୍ୟରେ ଆଶାନୁରୂପ ଲାଭ ମିଳିବ । କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । ଅର୍ଥ ସହ ଦ୍ରବ୍ୟଲାଭର ସମ୍ଭାବନା ରହିଛି । ପଦୋନ୍ନତି ତଥା ଦରମା ବୃଦ୍ଧି ହୋଇପାରେ । ତେବେ ଜାନୁୟାରୀ ୨୪ ପରେ ଶନି ସାଢ଼େସାତୀର ପ୍ରଥମ ଚରଣ ଭୋଗ ଆରମ୍ଭ ହେବ । ସତ୍କର୍ମ ଓ ସତ୍ଚିନ୍ତାନିରତ ରହିଲେ ଶନି ଆପଣଙ୍କର କିଛି କ୍ଷତି କରିବେ ନାହିଁ । ମାର୍ଚ୍ଚ ପରେ ୧୨ଶ ବୃହସ୍ପତି ଖର୍ଚ୍ଚ ବୃଦ୍ଧିରେ ସାହାଯ୍ୟ କରିପାରନ୍ତି । ପୂଜା, ଦାନ ଆଦି ଦ୍ୱାରା ବୃହସ୍ପତିଙ୍କୁ ସନ୍ତୁଷ୍ଟ କରିବା ‘ଓଁ ବୃଂ ବୃହସ୍ପତୟେ ନମଃ’ ମନ୍ତ୍ର ଜପ କରନ୍ତୁ । ସୁନା, ଘିଅ ଓ ହଳଦିଆ ବସ୍ତ୍ର ଦାନ କରନ୍ତୁ । ଶନି ସାଢ଼େସାତୀର ପ୍ରତିକାର ପାଇଁ ସକାଳେ ହନୁମାନ ଚାଳିଶା ଓ ରାତିରେ ଶନି ଚାଳିଶା ପାଠ କରନ୍ତୁ କିମ୍ବା ଶନି ମନ୍ତ୍ର ‘ଓଁ ଶଂ ଶନୈଶ୍ଚରାୟ ନମଃ’ ଜପ କରନ୍ତୁ । କୁଆ, କୁକୁରଙ୍କୁ ଖାଇବାକୁ ଦିଅନ୍ତୁ ।
ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ଶୁଭଫଳ ପ୍ରାପ୍ତ କରିବେ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିଙ୍କ ମାଧ୍ୟମରେ ଉପକୃତ ହେବେ । ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି ଶାରୀରିକ ଅସୁସ୍ଥତା ଭୋଗ କରିପାରନ୍ତି । ବିଳମ୍ବରେ କାର୍ଯ୍ୟ ସଫଳ ହେବ । ପୂର୍ବଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି ନିର୍ଭୀକତା ଓ ସତ୍ୟବାଦିତା ହେତୁ ସାମୟିକ ସମସ୍ୟାରେ ପଡ଼ି ପାରନ୍ତି । କିନ୍ତୁ ପରିଶେଷରେ ବିଜୟ ହାସଲ କରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking